ETV Bharat / state

କେନାଲରେ ପାଣି ନାହିଁ, ଚିନ୍ତାରେ ଚାଷୀ

author img

By

Published : Aug 5, 2022, 12:15 PM IST

ଅଗଷ୍ଟ ମାସର ପ୍ରଥମ ସପ୍ତାହ ହୋଇସାରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନି । ସେପଟେ ବିଭିନ୍ନ କେନାଲରେ ତଳ ମୁଣ୍ଡକୁ ପାଣି ଆସି ନଥିବାରୁ ହଜାର ହଜାର ଏକର ଚାଷ ଜମି ପଡିଆ ପଡିଛି । ଅଧିକ ପଢନ୍ତୁ

worst irrigation conditions in Boudh
କେନାଲରେ ପାଣି ନାହିଁ, ଚିନ୍ତାରେ ଚାଷୀ

ବୌଦ୍ଧ: ଶ୍ରାବଣ ମାସରେ ବର୍ଷାର ଦେଖାନାହିଁ । ମୌସୁମୀର ଲୁଚକାଳି ସହ ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲ୍ଲାରେ ପାଣି ଅଭାବରୁ ଚିନ୍ତାରେ ଚାଷୀ । ଅଗଷ୍ଟ ମାସ ପ୍ରଥମ ସପ୍ତାହ ହୋଇସାରିଥିଲେ ମଧ୍ୟ ଚଳିତ ବର୍ଷାର ପରିମାଣ ସ୍ବାଭାବିକ ହୋଇପାରିନାହିଁ । କେବଳ ଜୁଲାଇ ମାସର ବର୍ଷାକୁ ଆଶ୍ରା କରି ଚାଷ କେତେକ ପରିମାଣରେ ଆଗେଇଛି । କିନ୍ତୁ ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ପାଣି ଅଭାବରୁ ଚାଷ କାର୍ଯ୍ୟ ଆଦୌ ଆଗେଇ ପାରିନାହିଁ ।

କେନାଲରେ ପାଣି ନାହିଁ, ଚିନ୍ତାରେ ଚାଷୀ

ଜିଲ୍ଲାର ଜଳସେଚନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗର କେନାଲରେ ତଳ ମୁଣ୍ଡକୁ ପାଣି ଅଦ୍ୟାବଧି ପହଞ୍ଚି ପାରୁନାହିଁ । ଗୋଟିଏ ପଟରେ ନିଅଣ୍ଟିଆ ବର୍ଷା ଓ ଅନ୍ୟ ପଟରେ କେନାଲରେ ପାଣି ଅଭାବ ଚାଷୀକୁ ଚିନ୍ତାରେ ପକାଇଛି । ପରିସ୍ଥିତି ଏପରି ହୋଇଛି ଯେ ଅନେକ ସ୍ଥାନରେ କେନାଲ ସଫେଇ ମଧ୍ୟ ଆରମ୍ଭ ହୋଇ ପାରୁନାହିଁ। ଫଳରେ ଚାଷୀ ବର୍ତ୍ତମାନ ଚିନ୍ତାରେ ପଡିବା ସହିତ ପଡିଆ ଜମିରେ ଗାଇଗୋରୁ ଛାଡିବା ଆରମ୍ଭ କଲେଣି ।

ଅନେକ ସ୍ଥାନରେ ଜଳସେଚନ ଅଭାବରୁ ତଳି ସବୁ ପୋଡିବା ଆରମ୍ଭ ହୋଇଥିବାବେଳେ, ପ୍ରବଳ ଖରାରେ ଜମିର ମାଟି ଫାଟି ଆଁ କଲାଣି । ଆଉ ଦୁଇ ତିନି ଦିନ ମଧ୍ୟରେ ବର୍ଷା ନହେଲେ ପରିସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ଆଶଙ୍କା କରାଯାଇଛି । ସେପଟେ ହରଭଙ୍ଗା ବ୍ଲକର ମହାନଦୀ କୂଳରେ ପ୍ରସ୍ତାବିତ ମେଗା ଜଳସେଚନ ପ୍ରକଳ୍ପ ବାତିଲ ହେବା ପରେ ସାମ୍ପୋଚ, ରାମଗଡ ଓ ଧଳପୁର ଅଞ୍ଚଳର ଚାଷୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.