ETV Bharat / state

ମାଆକୁ ଛାଡି ଗାଈପଲ ସହ ରହିଗଲା ହରିଣ ଶାବକ, ଉଦ୍ଧାର କରି ବନବିଭାଗ ଜିମାରେ ଦେଲେ ଅବଧୂତ

ଗୋପାଳକଙ୍କ ମହାନତା ।ଅସୁସ୍ଥ ହରିଣ ଶାବକରୁ ଉଦ୍ଧାର କରି ବନ ବିଭାଗକୁ କଲେ ହସ୍ତାନ୍ତର । ମାଆଠୁ ଅଲଗା ହୋଇ ଗାଈପଲ ମଧ୍ୟରେ ରହିଯାଇଥିଲା ହରିଣ ଶାବକଟି । ଅଧିକ ପଢ଼ନ୍ତୁ

ମାଆକୁ ଛାଡି ଗାଈପଲ ସହ ରହିଗଲା ହରିଣ ଶାବକ, ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କଲେ ଅବଧୂତ

author img

By ETV Bharat Odisha Team

Published : Oct 17, 2023, 11:35 AM IST

ମାଆକୁ ଛାଡି ଗାଈପଲ ସହ ରହିଗଲା ହରିଣ ଶାବକ, ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କଲେ ଅବଧୂତ

ବୌଦ୍ଧ:ଗାଈପଲ ଭିତରେ ଉଦ୍ଧାର ହେଲା କୁନି ହରିଣ ଶାବକ । ମାଆ ହରିଣଠାରୁ ଅଲଗା ହୋଇ ଗାଈମାନଙ୍କ ସହ ରହିଗଲା ହରିଣ ଛୁଆଟି । ଅନ୍ୟପଟେ ହରିଣ ଶାବକଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ଗୋପାଳକ । ତେବେ ଗୋପାଳକଙ୍କ ଏଭଳି ପଶୁପ୍ରେମ ବିଚାରଧାରାକୁ ସବୁଠି ପ୍ରଶଂସା କରାଯାଇଛି ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳର ତଳଗାଁ ସେକ୍ସନ୍‌ ଅନ୍ତର୍ଗତ ଗଣ୍ଡାପାଜୁ ଗ୍ରାମର ଗୋପାଳକ ଅବଧୂତ ଭୋଇ ସବୁଦିନ ଭଳି ରବିବାର ଦିନ ମଧ୍ୟ ଗାଈପଲକୁ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ନେଇଥିଲେ । ସଂଧ୍ୟା ବେଳକୁ ଜଙ୍ଗଲ ନିକଟବର୍ତ୍ତୀ ପଡ଼ିଆରେ ଗାଈପଲ ଫେରିବା ସମୟରେ କିଛି ଶବ୍ଦ ଶୁଣି ଅବଧୂତ ଗାଇମାନଙ୍କ ନିକଟକୁ ଯାଇ ଦେଖିଲା ବେଳକୁ ସେଠାରେ ଏକ କୁନି ହରିଣ ଶାବକ ରହିଥିଲା । ତୁରନ୍ତ ଅବଧୂତ ସେହି ହରିଣ ଶାବକକୁ ଉଦ୍ଧାର କରି ଗଣ୍ଡାପାଜୁ ଗ୍ରାମରେ ନିଜ ଘରକୁ ନେଇଆସି ତାକୁ ପାଣି ଓ କ୍ଷୀର ଦେଇ ତାକୁ ରଖିଥିଲେ ।

ଏହାମଧ୍ୟ ପଢନ୍ତୁ..ପୁଣି ଗାଁ ମୁହାଁ ବନ୍ୟଜନ୍ତୁ, ଜନବସତି ଅଞ୍ଚଳରୁ ହରିଣ ଉଦ୍ଧାର

ଏହା ପରଦିନ ଅର୍ଥାତ ସୋମବାର ଦିନ ଏନେଇ ଅବଧୂତ ମାଧପୁର ବନାଞ୍ଚଳ ଓ ତଳଗାଁ ବନ ବିଭାଗର କର୍ମଚାରୀଙ୍କୁ ଉକ୍ତ ହରିଣ ସାବକ ସମ୍ପର୍କରେ ସୂଚନା ଦେଇଥିଲେ । ତୁରନ୍ତ ଗଣ୍ଡାପାଜୁଠାରେ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ଉକ୍ତ ହରିଣ ସାବକକୁ ଉଦ୍ଧାର କରିବା ସହିତ ଅବଧୂତଙ୍କ ଏଭଳି କାର୍ଯ୍ୟକୁ ଖୁବ ପ୍ରଶଂସା କରିଛନ୍ତି ।

ସେପଟେ ତଳଗାଁ ଫରେଷ୍ଟର ଅବଧୂତଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏଭଳି ଯଦି ଜନ୍ତୁ ପ୍ରେମୀ ଲୋକେ ରହିବେ ତେବେ ଜୀବଜନ୍ତୁମାନେ ସୁରକ୍ଷିତ ରହିପାରିବେ ଓ ଆମ ରାଜ୍ୟରେ ବନ୍ୟପ୍ରାଣୀ ସଂଖ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଦେବୀ ନଦୀ ନାଟି ଗାଁ ନିକଟରୁ ଜଙ୍ଗଲି ହରିଣ ଉଦ୍ଧାର, ଫୁଲନଖରା ରେଞ୍ଜକୁ ହସ୍ତାନ୍ତର

ଅନ୍ୟପଟେ ଉଦ୍ଧାର ହୋଇଥିବା ହରିଣ ଶାବକକୁ ପ୍ରାଣୀ ବିଭାଗର ଚିକିତ୍ସା ପରେ ନୟାଗଡ଼ ଜିଲ୍ଲାର କୁଆଁରିଆ ହରିଣ ପାର୍କରେ ଛାଡ଼ିବାକୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ସୀମାରେ ଅନେକ ସମୟରେ ବନ୍ୟଜନ୍ତୁଙ୍କ ଅବାଧ ଶିକାର ସାଧାରଣ କଥା ହୋଇଥିବା ବେଳେ ଅବଧୂତଙ୍କ ଭଳି ପ୍ରାଣୀ ପ୍ରେମୀଙ୍କ ଯୋଗୁଁ ଅନେକ ବନ୍ୟଜନ୍ତୁ ସୁରକ୍ଷା ପାଇପାରୁଛନ୍ତି । ଅବଧୂତଙ୍କ ଏଭଳି କାମ ପାଇଁ ଫରେଷ୍ଟର ତାଙ୍କୁ ବେଶ ପ୍ରଶଂସା କରିଛନ୍ତି । ସେପଟେ ବର୍ତ୍ତମାନ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ବାଘ ଗଣନା କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.