ETV Bharat / state

ବୌଦ୍ଧରେ ବଢୁଛି ସର୍ପାଘାତଜନିତ ମୃତ୍ୟୁ ସଂଖ୍ୟା - ସର୍ପାଘାତରେ ମୃତ୍ୟୁ ସଂଖ୍ୟା

ଜନସଚେତନତା ଅଭାବରୁ ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା ।

ବୌଦ୍ଧରେ ଜନସଚେତନତା  ଅଭାବରୁ ବଢୁଛି ସର୍ପାଘାତ ମୃତ୍ୟୁ ସଂଖ୍ୟା

author img

By

Published : Aug 15, 2021, 8:59 AM IST

ବୌଦ୍ଧ: ଜନସଚେତନତା ଅଭାବରୁ ଜିଲ୍ଲାରେ ବୃଦ୍ଧି ପାଉଛି ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ବର୍ଷା ଦିନ ଥିବାରୁ ଏହି ସମୟରେ ହିଁ ବିଭିନ୍ନ ନଦୀକୂଳିଆ ସ୍ଥାନ, ଚାଷଜମି, ସନ୍ତସନ୍ତିଆ ସ୍ଥାନରେ ଏପରିକି ଜଙ୍ଗଲରେ ନିଆଁ ଯୋଗୁଁ ବିଭିନ୍ନ ପ୍ରଜାତିର ସାପ ବୁଲୁଛନ୍ତି । ଫଳରେ ଗ୍ରାମାଞ୍ଚଳରେ ଅଧିକ ସର୍ପାଘାତର ଘଟଣା ସମ୍ମାକୁ ଆସୁଛି । ବୌଦ୍ଧ ଜିଲ୍ଲାରେ କେବଳ ଚଳିତ ବର୍ଷ ମଧ୍ୟରେ ସରକାରୀ ତଥ୍ୟ ଅନୁଯାଇ ୭୦ରୁ ଊର୍ଦ୍ଧ୍ବ ସର୍ପାଘାତ ଘଟଣା ସମ୍ପର୍କରେ ସୂଚନା ଥିବା ବେଳେ ୨୩ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି ।

ବୌଦ୍ଧରେ ଜନସଚେତନତା ଅଭାବରୁ ବଢୁଛି ସର୍ପାଘାତ ମୃତ୍ୟୁ ସଂଖ୍ୟା

ସେପଟେ କଣ୍ଟାମାଳ, ମନମୁଣ୍ଡା ଅଞ୍ଚଳର ଅଧିକାଂଶ ରୋଗୀ ପଡୋଶୀ ସୋନପୁର ଜିଲ୍ଲାରେ ମୃତ୍ୟୁ ବରଣ କରୁଥିବାରୁ ତାର ତଥ୍ୟ ଉପଲବ୍ଧ ନାହିଁ । ତେବେ ସର୍ପାଘାତରେ ମୃତ୍ୟୁ ପାଇଁ ବିଶେଷ ଭାବରେ ଜନସଚେତନତାର ଅଭାବ ବୋଲି ଜଣାପଡିଛି । କାରଣ ସାପ କାମୁଡିବା ପରେ ରୋଗୀକୁ ଡାକ୍ତରଖାନା ନିଆନଯାଇ ଝଡା ଫୁଙ୍କା, ତନ୍ତ୍ର ମନ୍ତ୍ର ଭରସାରେ ଛାଡି ଦିଆଯାଉଛି । ଫଳରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ଏଭଳି ରୋଗୀଙ୍କ ମୃତ୍ୟୁ ଘଟୁଛି ।

ଶନିବାର ଗୋଟିଏ ଦିନରେ ଏଭଳି ଦୁଇ ଦୁଇଟି ଘଟଣା ବୌଦ୍ଧ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏଭଳି ରୋଗୀ ଙ୍କୁ ଝଡା ଫୁଙ୍କା ନକରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇବାକୁ ଆହ୍ୱାନ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.