ETV Bharat / state

ମିଳିଲାନି ମହାପ୍ରୟାଣ ଗାଡି, ଅଟୋରେ ବୁହାହେଲା ମୃତଦେହ - boudh story

ମୃତ୍ୟୁ ପରେ ମହାପରାୟଣ ଗାଡି ନମିଳିବାରୁ ପରିବାର ପକ୍ଷରୁ ଅଟୋରେ ବୁହା ହେଲା ମୃତଦେହ । ଅନେକ କାକୁତିମନତୀ କରିବା ପରେ ଅଟୋରେ ଶବକୁ ଗାଁ ଆଣି ଅନ୍ତିମ ସଂସ୍କାର କରିଛନ୍ତି ପରିବାର ଲୋକ ।

dead body carried in auto
ମିଳିଲାନି ମହାପରାୟଣ ଗାଡି
author img

By

Published : Aug 11, 2020, 4:58 PM IST

ବୌଦ୍ଧ: ମୃତ୍ୟୁ ପରେ ମହାପ୍ରୟାଣ ଗାଡି ନମିଳିବାରୁ ପରିବାର ପକ୍ଷରୁ ଅଟୋରେ ବୁହା ହେଲା ମୃତଦେହ । ଅନେକ କାକୁତିମନତୀ କରିବା ପରେ ଅଟୋରେ ମୃତଦେହକୁ ଗାଁ ଆଣି ଅନ୍ତିମ ସଂସ୍କାର କରିଛନ୍ତି ପରିବାର ଲୋକ । ସୂଚନାମୁତାବକ, ବୌଦ୍ଧ ଜିଲ୍ଲା ବୀରନରସିଂପୁର ପଞ୍ଚାୟତ ଅନ୍ତର୍ଗତ ହାଟଗାଁର ଗରିବ ନିରଞ୍ଜନ ମେଣ୍ଡଲୀଙ୍କୁ ଗତ ଶନିବାର ରାତିରେ ଏକ ଚିତି ସାପ କାମୁଡି ଦେଇଥିଲା ।

ମିଳିଲାନି ମହାପରାୟଣ ଗାଡି

ଗୁରୁତର ନିରଞ୍ଜନଙ୍କୁ ବିଭିନ୍ନ ସ୍ଥାନରେ ଝଡା ଫୁଙ୍କା କରି ଶେଷରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅତ୍ୟନ୍ତ ଗୁରୁତର ନିରଞ୍ଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟୁ ପରେ ମହାପ୍ରୟାଣ ଗାଡି ପାଇଁ ମୃତକଙ୍କ ପରିବାର ପକ୍ଷରୁ ଗୁହାରୀ କରାଯାଇଥିଲା । ତେବେ ମହାପ୍ରୟାଣ ଗାଡି ଚକ ଫାଟିଯାଇଥିବା କହି ପରିବାରକୁ ଫେରାଇ ଦେବାପରେ ସେମାନେ ବାଧ୍ୟ ହୋଇ ଧାରକରଜ କରି ଏକ ଅଟୋରେ ମୃତଦେହ ଧରି ଗାଁ କୁ ଫେରି ଦାହ କରିଥିଲେ ।

ତେବେ ମଙ୍ଗଳବାର ସୁଦ୍ଧା ହରିଶ୍ଚନ୍ଦ୍ର ବାବଦ ଟଙ୍କା ପରିବାରକୁ ମିଳିପାରି ନଥିବାରୁ ଇଟିଭି ଭାରତର ହସ୍ତକ୍ଷେପ ପରେ ପଞ୍ଚାୟତ ତରଫରୁ ପରିବାରକୁ 2000 ଟଙ୍କା ଯୋଗାଇ ଦିଆଯାଇଥିଲା । ସେପଟେ ଅତ୍ୟନ୍ତ ଗରିବ ଏହି ପରିବାରକୁ ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.