ବୌଦ୍ଧ: କୋରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗାପୂଜା। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଶହରା ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ପୂଜନୋତ୍ସବ ଅନୁଷ୍ଠିତ ହୋଇଛି । କୋରୋନା କଟକଣା ତଥା ବିନା ଭକ୍ତରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା, ପୁରୁଣାକଟକ, ଖୁଣ୍ଡବନ୍ଧ, ତେଲିବନ୍ଧ, ସାହାଜପାଲ, ବାଉଁଶୁଣୀ, ଦହ୍ୟା, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ, ଘଣ୍ଟାପଡା, ବଘିଆପଡା ସହିତ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ଥିବା ପୂଜା ମଣ୍ଡପରେ ପୂଜା ଆରମ୍ଭ ହୋଇଛି ।

ତେବେ ସାଧାରଣ ଭକ୍ତଙ୍କ ବିଶେଷ ଗହଳି ପରିଲକ୍ଷିତ ନହୋଇ କେବଳ ଦେବାଦେବୀଙ୍କ ରୀତିନୀତି ଅନୁଷ୍ଠିତ ହୋଇଥିଲା । ସେପଟେ କୋରୋନା କଟକଣା ଉପରେ ସତର୍କ ଦୃଷ୍ଟି ସହ ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଓ ଚୋରା ମଦ କାରବାର ଉପରେ ତୀକ୍ଷ୍ଣ ଦୃଷ୍ଟି ରହିଥିବା ବୌଦ୍ଧ ଏସପି ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ