ETV Bharat / state

ଆରମ୍ଭ ହେଲା ପଞ୍ଚରାର ପାରମ୍ପରିକ ଚୂଡାଖାଇ ପର୍ବ, ଡଙ୍ଗର ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମ - ବୌଦ୍ଧର ପ୍ରସିଦ୍ଧ ପାରମ୍ପରିକ ଚୂଡାଖାଇ ଯାତ୍ରା

ବୌଦ୍ଧର ପ୍ରସିଦ୍ଧ ପାରମ୍ପରିକ ଚୂଡାଖାଇ ଯାତ୍ରା ଆରମ୍ଭ ହୋଇଛି । ନୂଆ ଧାନରୁ ପ୍ରସ୍ତୁତ ଚୂଡାକୁ ମା' ମାହେଶ୍ବରୀଙ୍କ ନିକଟରେ ଅର୍ପଣ ପୂର୍ବକ ଏହି ପାରମ୍ପରିକ ପର୍ବର ଡଙ୍ଗର ଯାତ୍ରାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

ଆରମ୍ଭ ହେଲା ପଞ୍ଚରାର ପାରମ୍ପରିକ ଚୂଡାଖାଇ ପର୍ବ, ଡଙ୍ଗର ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମ

author img

By

Published : Dec 2, 2022, 9:43 PM IST

ବୌଦ୍ଧ: ଅଶ୍ଳୀଳ ବୋଲି ସହିତ ଆରମ୍ଭ ହେଲା ପାରମ୍ପରିକ ଚୂଡାଖାଇ ଯାତ୍ରା । ନୂଆ ଧାନରୁ ପ୍ରସ୍ତୁତ ଚୂଡାକୁ ମା' ମାହେଶ୍ବରୀଙ୍କ ନିକଟରେ ଅର୍ପଣ ପୂର୍ବକ ଏହି ପାରମ୍ପରିକ ପର୍ବର ଡଙ୍ଗର ଯାତ୍ରାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପ୍ରଥମ ଦିନରେ ଦେଖିବାକୁ ମିଳିଥିଲା ।

ଆରମ୍ଭ ହେଲା ପଞ୍ଚରାର ପାରମ୍ପରିକ ଚୂଡାଖାଇ ପର୍ବ, ଡଙ୍ଗର ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମ

ଭିନ୍ନ ପରମ୍ପରା ସହିତ ଭିନ୍ନ ଧରଣର ଯାତ୍ରା । ଡଙ୍ଗର ବା ବଣ ପାହାଡର ଅଦ୍ଭୁତ ଉପାସନାର ପର୍ବ ଡଙ୍ଗର ଯାତ୍ରା । ଆଧ୍ୟାତ୍ମିକତା ସହିତ ପ୍ରକୃତି ଉପାସନାର ମହା ମିଳନ ଏହି ଯାତ୍ରାରେ ପରିଲକ୍ଷିତ ହୋଇଥାଏ । ବୌଦ୍ଧ ଜିଲ୍ଲାର 52 ଖଣ୍ଡ ମୌଜାକୁ ନେଇ ଗଠିତ ପଞ୍ଚରା । 5 ଟି ଜମିଦାରୀକୁ ନେଇ ଗଡଜାତ ସମୟରେ ଗଠିତ ଏହି ପଞ୍ଚରାର ଆରାଧ୍ୟ ଦେବୀ ହେଉଛନ୍ତି ମା' ମାହେଶ୍ବରୀ । ପ୍ରତି ବର୍ଷ ଚୂଡାଖାଇ ଯାତ୍ରା ଦେବୀଙ୍କ ମୁଖ୍ୟ ପର୍ବ । ତେବେ ଏହି ଚୂଡାଖାଇ ଯାତ୍ରା ଦୀର୍ଘ ଆଠ ଦିନଧରି ଅନୁଷ୍ଠିତ ହୋଇଥାଏ । ଏହା ମାର୍ଗଶୀର ମାସର ଶେଷ ଗୁରୁବାର ଦିନ ଡଙ୍ଗର ଯାତ୍ରାରୁ ଆରମ୍ଭ ହୋଇଥାଏ ।

ଅଶ୍ଳୀଳ ବୋଲି ମଧ୍ୟରେ ଆରମ୍ଭ ହେଲା ପଞ୍ଚରାର ଡଙ୍ଗର ଯାତ୍ରା

ଦେବୀ ମାହେଶ୍ବରୀ ଓ ଖମ୍ବେଶ୍ବରୀଙ୍କ ଘଟଛତ୍ର ବିଭିନ୍ନ ଗ୍ରାମ ପରିକ୍ରମା ପରେ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଯାତ୍ରା ଡଙ୍ଗର ଠାରେ ପହଞ୍ଚିଥାନ୍ତି । ଭୂମି ଠାରୁ ପ୍ରାୟ ହଜାରେ ଫୁଟ ଉଚ୍ଚରେ ଥିବା ଡଙ୍ଗର ବା ପାହାଡ ମଧ୍ୟରେ ଭୀମ ଗୁମ୍ଫା, ସିଦ୍ଧଗୁରୁ ଗୁମ୍ଫା, ବାଘ ଗୁମ୍ଫା ଭଳି ସ୍ଥାନରେ ଦେବୀ ମାହେଶ୍ବରୀଙ୍କୁ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ଏଠାରେ କେବଳ ପୁରୁଷମାନେ ଯାତ୍ରାରେ ଭାଗ ନେଉଥିବାବେଳେ ସର୍ବାଧିକ ଅଶ୍ଳୀଳ ବୋଲି ବା ଢଗ ଏଠାରେ ଉପଯୋଗ କରାଯାଇଥାଏ । ଏଭଳି ବିରଳ ଡଙ୍ଗର ଯାତ୍ରା ପଞ୍ଚରା ସମେତ ବୌଦ୍ଧ ଜିଲ୍ଲାକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.