ETV Bharat / state

ସାଇକେଲ ଯୋଗେ ଭାରତ ଭ୍ରମଣ ସହ ସଚେତନ କରାଉଛନ୍ତି ବଙ୍ଗୀୟ ଯୁବକ - cyclist launches awareness campaign

ସାଇକେଲ ଯୋଗେ ସାରା ଭାରତ ଭ୍ରମଣ କରି ଦେଶବାସୀଙ୍କୁ ସଚେତନ କରାଉଛନ୍ତି ରାମପ୍ରସାଦ ନସ୍କର। ଏହା ପୂର୍ବରୁ ମଧ୍ୟ ନେପାଳରେ ପରିବେଶ ସୁରକ୍ଷା , ଜୀବନ ବଞ୍ଚାଅ ବାର୍ତ୍ତା ଓ ବାଙ୍ଗଲାଦେଶକୁ ସାଇକେଲ ଯୋଗେ ଯାତ୍ରା କରି ସୁନ୍ଦରବନ ସୁରକ୍ଷା ବାର୍ତ୍ତା ଦେଇ ଆସିଛନ୍ତି ରାମପ୍ରସାଦ । ଅଧିକ ପଢନ୍ତୁ

ସାଇକେଲ ଯୋଗେ ଭାରତ ଭ୍ରମଣ
ସାଇକେଲ ଯୋଗେ ଭାରତ ଭ୍ରମଣ
author img

By

Published : May 31, 2023, 8:57 PM IST

ସାଇକେଲ ଯୋଗେ ଭାରତ ଭ୍ରମଣ

ବୌଦ୍ଧ: ସାଇକେଲ ଯୋଗେ ସାରା ଭାରତ ଭ୍ରମଣ କରି ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ବଙ୍ଗୀୟ ଯୁବକ । ବର୍ତ୍ତମାନ ସେ ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିଭ୍ରମଣ କରୁଥିବାବେଳେ ଦୁଇ ଦିନ ଧରି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିବେଶ ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଛନ୍ତି । ସାଇକେଲ ଚଲାନ୍ତୁ, ଫିଟ୍‌ ରୁହନ୍ତୁ । ଏଥି ସହିତ ଇନ୍ଧନ ବଞ୍ଚାଇ ନିଜ ସାଇକେଲ ଯୋଗେ ସାରା ଭାରତ ଭ୍ରମଣ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ କଳକାରଖାନା ଓ ଗାଡିମୋଟର ଯୋଗୁଁ ପରିବେଶ ଦୂଷିତ ହେବାରେ ଲାଗିଛି । ମୁଣ୍ଡରେ ହେଲମେଟ୍‌ ଓ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ସାଙ୍ଗରେ ନେଇ ଦୀର୍ଘ 5ବର୍ଷ ହେଲା ପଶ୍ଚିମବଙ୍ଗର ରାମ ପ୍ରସାଦ ନସ୍କର ସାଇକେଲ ସାହାଯ୍ୟରେ ରାଜ୍ୟକୁ ରାଜ୍ୟ ଘୁରି ବୁଲୁଛନ୍ତି । ପରିବେଶ ପ୍ରଦୂଷଣକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟିବା ହେଉଛି ରାମପ୍ରସାଦ ନସ୍କରଙ୍କର ଉଦ୍ଦେଶ୍ୟ । ପୂର୍ବରୁ ମଧ୍ୟ ରାମପ୍ରସାଦ ପଡ଼ୋଶୀ ନେପାଳରେ ପରିବେଶ ସୁରକ୍ଷା , ଜୀବନ ବଞ୍ଚାଅ ବାର୍ତ୍ତା ଓ ବଙ୍ଗ ଦେଶକୁ ସାଇକେଲ ଯୋଗେ ଯାତ୍ରା କରି ସୁନ୍ଦରବନ ସୁରକ୍ଷା ବାର୍ତ୍ତା ନେଇ ପହଞ୍ଚିଥିଲେ ।

ଏହା ବ୍ୟତୀତ, ଗଙ୍ଗା ନଦୀ ବଞ୍ଚାଅ ଆନ୍ଦୋଳନରେ ମଧ୍ୟ ସେ ସାମିଲ୍‌ ହୋଇଥିଲେ । ଗତ 6 ମାସ ହେଲା ରାମପ୍ରସାଦ ଭାରତର ବିଭିନ୍ନ ରାଜ୍ୟ ଅତିକ୍ରମ ପରେ ବର୍ତ୍ତମାନ ସେ ଓଡ଼ିଶା ପରିଭ୍ରମଣ କରି ପରିବେଶ ପ୍ରଦୂଷଣ ସମ୍ପର୍କରେ ରାଜ୍ୟବାସୀଙ୍କୁ ସଚେତନ କରୁଛନ୍ତି । ବୌଦ୍ଧ ଜିଲ୍ଲାରେ ପହଞ୍ଚିବା ପରେ ରାମପ୍ରସାଦଙ୍କୁ ବିଭିନ୍ନ ସ୍ଥାନରେ ସ୍ବାଗତ କରାଯାଇଥିଲା । ସେ ପ୍ରଥମେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ରାଜବାଟୀ ନିକଟରେ ଥିବା ବୁଢାରଜା ଭାବେ ପରିଚିତ ଭଗବାନ ବୁଦ୍ଧଙ୍କ ଦର୍ଶନ କରିଥିଲେ ।

ଏହାପରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡାଠାରୁ 57 ନମ୍ବର ଜାତୀୟ ରାଜପଥ ଦେଇ ସେ ରାଜଧାନୀକୁ ସାଇକେଲରେ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ଦିନକୁ ଦିନ ଯାନ ବାହନର ବହୁଳ ବ୍ୟବହାର ଯୋଗୁଁ ପରିବେଶ ଅଧିକ ଦୂଷିତ ହେଉଛି । ତେଣୁ ଏହାର ପ୍ରତିକାର ତଥା ଶରୀର ସୁସ୍ଥ ଓ ନିରୋଗ ରହିବା ପାଇଁ ସେ ସାଇକେଲ ବ୍ୟବହାର ନିମନ୍ତେ ଆହ୍ବାନ ଦେଇଛନ୍ତି । ସେହିପରି ବର୍ତ୍ତମାନ ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ଧୀରେଧୀରେ ପ୍ରଦୂଷିତ ହେଉଥିବା କାରଣରୁ ରାମପ୍ରସାଦ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବିଭିନ୍ନ ବର୍ଜ୍ୟବସ୍ତୁ ଦ୍ବାରା ଓଡ଼ିଶାର ଗଙ୍ଗା ଭାବରେ ପରିଚିତ ମହାନଦୀ ବର୍ତ୍ତମାନ ଏକ ପ୍ରକାର ଆବର୍ଜନା କୁଣ୍ଡ ପାଲଟିବାରେ ଲାଗିଛି । ଏହାର ପ୍ରତିକାର ହେବା ଜରୁରୀ ବୋଲି ରାମପ୍ରସାଦ ମତପ୍ରକାଶ କରିଛନ୍ତି । ଗୋଟିଏପଟେ ମହାନଦୀରେ ଜଳପ୍ରବାହ ଧୀରେଧୀରେ ହ୍ରାସ ପାଉଥିବାବେଳେ ଅନ୍ୟପଟେ ମହାନଦୀର ଶଯ୍ୟା ପ୍ରଦୂଷିତ ହେଉଥିବାରୁ ମହାନଦୀର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.