ETV Bharat / state

ବୌଦ୍ଧରେ ସାଇବର କ୍ରାଇମ, ଜିଲ୍ଲାପାଳଙ୍କ ନାଁରେ ଅର୍ଥ ମାଗୁଛି ଠକ - ଅପରାଧିକ ମାମଲା

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଅପରାଧ । ଜିଲ୍ଲାପାଳଙ୍କ ନାଁକୁ ବ୍ୟବହାର କରି ଅର୍ଥ ମାଗୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

cyber crime increased in boudh
ବୌଦ୍ଧରେ ସାଇବର କ୍ରାଇମ, ଜିଲ୍ଲାପାଳଙ୍କ ନାଁରେ ଅର୍ଥ ମାଗୁଛି ଠକ
author img

By

Published : Nov 27, 2022, 3:36 PM IST

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚୋରି, ହତ୍ୟା, ଡକାୟତି ଭଳି ଘଟଣା ଘଟୁଛି । ଏହାରି ଭିତରେ ସାଇବର ଅପରାଧର ଶିକାର ହେଉଛନ୍ତି ଲୋକେ । ଜିଲ୍ଲାର ମନମୁଣ୍ଡା ଓ କଣ୍ଟାମାଳ ଥାନା ଅଞ୍ଚଳରେ ଥିବା କେତୋଟି ନିର୍ଦ୍ଦିଷ୍ଟ ଜନସେବା କେନ୍ଦ୍ର, କିଓଷ୍କ ବ୍ୟାଙ୍କିଂ ସେଣ୍ଟରରେ ଗରିବ ନୀରିହ ଲୋକଙ୍କ ଅର୍ଥ ହଡପ ହେଉଥିବା ଅଭିଯୋଗ ହୋଇଛି ।

ବୌଦ୍ଧରେ ସାଇବର କ୍ରାଇମ

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ସାଇବର କ୍ରାଇମ ବଢୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ସହାୟତା କେନ୍ଦ୍ରରେ ଲୋକଙ୍କ ଟଙ୍କା ହଡପ କରାଯାଉଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ ଚାଷୀଙ୍କ ଆକାଉଣ୍ଟ ଓ ସାମାଜିକ ସୁରକ୍ଷା ଅନ୍ତର୍ଗତ ଥିବା ଆକାଉଣ୍ଟକୁ ଟାର୍ଗେଟ କରାଯାଉଥିବା ଜଣାପଡ଼ିଛି । ସେପଟେ ଖୋଦ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ହ୍ବାଟସ ଅଫକୁ ବ୍ୟବହାର କରି କୌଣସି ଦୁର୍ବୃତ୍ତ ଅର୍ଥ ମାଗୁଥିବା ନେଇ ସୂଚନା ମିଳିଛି । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ବୌଦ୍ଧ ଜିଲ୍ଲାରେ ଏକ ସାଇବର ଥାନା ପ୍ରତିଷ୍ଠା ପାଇଁ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଭିଜିଲାନ୍ସ ହାବୁଡରେ ପଡିଲେ ପୋଲିସ ଅଧିକାରୀ

ସୂଚନା ଥାଉକି, ବୌଦ୍ଧ ଜିଲ୍ଲାର 6ଟି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚୋରି, ଡକାୟତି, ହତ୍ୟା ଭଳି ଘଟଣା ସାମ୍ନାକୁ ଆସିଛି । ବିଗତ ଦିନରେ ବୌଦ୍ଧ ଜିଲ୍ଲା ପୋଲିସ ଚୋରା ବନ୍ଧୁକ କାରଖାନାରେ ଚଢ଼ାଉ କରିବା ସହ କେତେକ ଅପରାଧିକ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇଛି । ଏହା ସତ୍ତ୍ବେ ପୋଲିସକୁ ଆଖିଠାର ମାରି କ୍ରାଇମ ଘଟାଇ ଚାଲିଛନ୍ତି ଅପରାଧୀ । ଏହାରି ଭିତରେ ସାଇବର କ୍ରାଇମ ବୌଦ୍ଧ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.