ETV Bharat / state

ବଜ୍ରପାତ ବର୍ଷା ଜାଳିଦେଲା ବର୍ଷକର ଖାଦ୍ୟ

author img

By

Published : Dec 31, 2021, 10:26 AM IST

ରାଜ୍ୟର କିଛି ଜିଲ୍ଲାରେ କୁଆପଥର ବର୍ଷା ହୋଇଥିବାର ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ପନିପରିବା ଚାଷ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ବଜ୍ରପାତରେ ଗୋଟିଏ ପରିବାରର ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ଅଧିକ ପଢ଼ନ୍ତୁ

rain destroyed the crops in boudh
ଅଦିନିଆ ବର୍ଷା ଉଜାଡ଼ି ଦେଲା ବର୍ଷକର ଆହାର

ବୌଦ୍ଧ: ରାଜ୍ୟର କିଛି ଜିଲ୍ଲାରେ କୁଆ ପଥର ବର୍ଷା ହୋଇଥିବାର ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ପନିପରିବା ଚାଷ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ବଜ୍ରପାତରେ ଗୋଟିଏ ପରିବାରର ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଛି ।

ଅଦିନିଆ ବର୍ଷା ଉଜାଡ଼ି ଦେଲା ବର୍ଷକର ଆହାର

ରାଜ୍ୟରେ ଅଦିନିଆ ବର୍ଷା ହୋଇଥିବା ଯୋଗୁଁ ପୁଣି ଚାଷୀ ପ୍ରଭାବିତ ହୋଇଛି । ଗତ ବୁଧବାର ରାତିରେ ହୋଇଥିବା କୁଆପଥର ବର୍ଷା ଚାଷୀଙ୍କ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲା ସଦର ମହକୁମା ନିକଟସ୍ଥ ଟୁଟୁସିଙ୍ଗା ଗ୍ରାମର ଗୋଟିଏ ପରିବାରର ବର୍ଷକର ଖାଦ୍ୟ ଉଜାଡ଼ି ଦେଇଛି । ଉକ୍ତ ପରିବାରର ଲୋକେ ସମବାୟ ସମିତିରୁ ଋଣ ଆଣି ଧାନ ଚାଷ ସହିତ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ । ତେବେ ପ୍ରବଳ ବର୍ଷା ଯୋଗୁଁ ସେମାନଙ୍କ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଏଥିସହ ବୋଝ ଉପରେ ନଳିତା ବିଡ଼ା ସଦୃଶ ଉକ୍ତ ପରିବାର ଉପରେ ବଜ୍ର ପଡ଼ିଥିଲା । ବିଳମ୍ବିତ ରାତିରେ ବଜ୍ରପାତରେ ଜମିରୁ ସଂଗ୍ରହ କରିଥିବା ବର୍ଷକର ଧାନ ଖରିରେ ନିଆଁଲାଗି ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଥିଲା । ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ସମସ୍ତ ଖାଦ୍ୟ ଶସ୍ୟ ପୋଡ଼ି ସାରିଥିଲା ।

ବାତ୍ୟାର ଦୁଃଖ ଚାଷୀ ମୁନରୁ ଲିଭି ନ ଥିବାବେଳେ ଅଦିନିଆ ବର୍ଷା ପୁଣି ଛନକା ଭରି ଦେଇଛି । ଏଭଳି ପରିସ୍ଥିତିରେ ଉକ୍ତ ପରିବାର ସରକାରୀ ସହାୟତା ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.