ETV Bharat / state

ବଂଶ ବିସ୍ତାର ପାଇଁ ଛଡାଯାଇଥିବା କୁମ୍ଭୀରର ମୃତଦେହ ଉଦ୍ଧାର - ବଂଶ ବିସ୍ତାର ପାଇଁ ଛଡାଯାଇଥିବା କୁମ୍ଭୀରର ମୃତ ଦେହ ଉଦ୍ଧାର

ବୌଦ୍ଧ ଜିଲ୍ଲାର କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ସାତକୋଶିଆ ମହାନଦୀ ଗର୍ଭରେ ବଂଶ ବିସ୍ତାର ପୂର୍ବରୁ 6 ଟି ଘଡିଆଳ କୁମ୍ଭୀର ଛଡାଯାଇଥିଲା । ସେଥିମଧ୍ୟରୁ ଗୋଟିଏ କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

crocodile death in mahanadi river of boudh
ବଂଶ ବିସ୍ତାର ପାଇଁ ଛଡାଯାଇଥିବା କୁମ୍ଭୀରର ମୃତ ଦେହ ଉଦ୍ଧାର
author img

By

Published : Jan 13, 2021, 10:30 PM IST

ବୌଦ୍ଧ: ବଂଶ ବିସ୍ତାର ପାଇଁ ଛଡାଯାଇଥିବା କୁମ୍ଭୀରର ମୃତଦେହ ଉଦ୍ଧାର । କୁମ୍ଭୀରଙ୍କ ବଂଶ ବିସ୍ତାର ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମହାନଦୀରେ କୁମ୍ଭୀର ଛଡାଯାଇଥିଲା । ତେବେ ଗୋଟିଏ ସପ୍ତାହ ମଧ୍ୟରେ କୁମ୍ଭୀରର ମୃତଦେହ ଉଦ୍ଧାର ପରେ ପରିବେଶପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବଂଶ ବିସ୍ତାର ପାଇଁ ଛଡାଯାଇଥିବା କୁମ୍ଭୀରର ମୃତ ଦେହ ଉଦ୍ଧାର

ଅଭୟାରଣ୍ୟରେ ବାଘ ଗଣତି ସରିବା ସହ ପକ୍ଷୀ ଗଣନା ମଧ୍ୟ ସରିଛି । ଚଳିତ ବର୍ଷ ଉଭୟ ପ୍ରଜାତିରେ ବୃଦ୍ଧି ଘଟିଥିବାରୁ ପରିବେଶପ୍ରେମୀ ଆନନ୍ଦିତ । ସେପଟେ କୁମ୍ଭୀରର ବଂଶ ବିସ୍ତାର ପାଇଁ ମଧ୍ୟ ଚେଷ୍ଟା ଆରମ୍ଭ ହୋଇଥିଲା । ତେବେ ହଠାତ ଗୋଟିଏ କୁମ୍ଭୀର ମୃତ୍ୟୁ ନାନା ଆଶା ଆଶଙ୍କା ସୃଷ୍ଟି କରିଛି । ବୌଦ୍ଧ ଜିଲ୍ଲାର କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ସାତକୋଶିଆ ମହାନଦୀ ଗର୍ଭରେ କୁମ୍ଭୀର ବଂଶ ବିସ୍ତାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଗତମାସରେ ଏଠାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ 6ଟି ଘଡିଆଳ କୁମ୍ଭୀରକୁ ବଂଶ ବିସ୍ତାର ପାଇଁ ଛଡାଯାଇଥିଲା । ପୂର୍ବରୁ ଏଠାରେ 121 ଗୋଟି କୁମ୍ଭୀରଙ୍କ ସହିତ ଆଠ ଗୋଟି ଘଡିଆଳ କୁମ୍ଭୀର ଥିଲେ । ବର୍ତ୍ତମାନ ଛଡାଯାଇଥିବା 6ଟି ଘଡିଆଳ କୁମ୍ଭୀର ଦେହରେ ଜିପିଏସ ଖଞ୍ଜା ଯାଇ ମହାନଦୀରେ ଛଡା ଯାଇଥିଲା । ତେବେ ଗତକାଲି ଏକ ଅଣ୍ଡିରା ଘଡିଆଳ କୁମ୍ଭୀରର ମୃତଦେହ ସୁନାକୋଣିଆ ନିକଟରେ ଉଦ୍ଧାର କରାଯାଇଛି ।

ତେବେ କିଭଳି ଓ କେଉଁ ପରିସ୍ଥିତିରେ ଘଡିଆଳ କୁମ୍ଭୀରର ମୃତ୍ୟୁ ହେଲା ସେନେଇ ଆଶଙ୍କା ସୃଷ୍ଟି ହୋଇଛି । ବିଭାଗ ପକ୍ଷରୁ ଏହା କୁମ୍ଭୀର-କୁମ୍ଭୀର ମଧ୍ୟରେ ଆକ୍ରମଣ ଯୋଗୁଁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସୂଚନା ଦିଆଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.