ETV Bharat / state

ବୌଦ୍ଧରେ ବଢୁଛି ଅପରାଧ, ପୋଲିସର ନିଷ୍କ୍ରିୟତା ବିରୋଧରେ ଦାବିପତ୍ର ପ୍ରଦାନ - demand for cbi investigation

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢୁଛି ଅପରାଧିକ କାର୍ଯ୍ୟକଳାପ । ପୋଲିସକୁ ଚ୍ୟାଲେଞ୍ଜ କରି ଅପରାଧ ଘଟାଇ ଚାଲିଛନ୍ତି ଅପରାଧୀ । ଅଧିକ ପଢନ୍ତୁ...

ବଢୁଛି ଅପରାଧିକ କାର୍ଯ୍ୟକଳାପ
ବଢୁଛି ଅପରାଧିକ କାର୍ଯ୍ୟକଳାପ
author img

By

Published : Feb 21, 2021, 7:19 AM IST

ବୌଦ୍ଧ: ଜିଲ୍ଲାରେ ବଢୁଛି ଅପରାଧିକ କାର୍ଯ୍ୟକଳାପ । ଦିନ ଦିପ୍ରହରରେ ଲୁଟପାତ, ହତ୍ୟାକାଣ୍ଡ ଘଟାଇବାକୁ ପଛାଉ ନାହାନ୍ତି ଅପରାଧି । ଫଳରେ ଘରୁ ବାହାରିବାକୁ ଲୋକେ ଏବେ ଭୟ କରୁଛନ୍ତି । ଜିଲ୍ଲାରେ ଶୃଙ୍ଖଳା ବ୍ୟବସ୍ଥା ଏକଦମ ବିପର୍ଯ୍ୟୟ ହୋଇ ପଡିଥିବା ଅଭିଯୋଗ ହୋଇଛି । ଅପରାଧିଙ୍କୁ କାବୁ କରିବାରେ ଜିଲ୍ଲା ପୋଲିସର ହାତ ଖାଲି । ଅପରାଧିକ ମାମଲା ବୃଦ୍ଧି ପ୍ରତିବାଦରେ ଜନ ଅଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ବଢୁଛି ଅପରାଧିକ କାର୍ଯ୍ୟକଳାପ

ବୌଦ୍ଧ ଜିଲ୍ଲାର କଣ୍ଟମାଳ,ମନମୁଣ୍ଡା ଓ ବାଉଁଶୁଣୀ ଥାନା ଅଞ୍ଚଳରେ ବିଗତ କିଛି ଦିନ ହେବ ଚୋରି, ଡକାୟତି ଭଳି ଘଟଣା ସାଧାରଣ ଲୋକଙ୍କୁ ଆତଙ୍କିତ କରିଛି । ଜିଲ୍ଲା ପୋଲିସ କେତେକ ଡକାୟତି ଓ ହତ୍ୟା ମାମଲାରେ ସଫଳତା ହାସଲ କରିଥିବା ବେଳେ କଣ୍ଟାମାଳ,ବାଉଁଶୁଣୀ ଓ ମନମୁଣ୍ଡା ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧ ଘଟାଇ ଚାଲିଛନ୍ତି । ତଦନ୍ତ ଦିଗରେ ପୋଲିସର ହାତ ଖାଲି ଥିବା ଅଭିଯୋଗ କରି ପୋଲିସର ପଦକ୍ଷେପ ନେଇ ଅସନ୍ତୋଷ ପ୍ରକାଶ କରିଛି ଜନ ଅଧିକାର ସୁରକ୍ଷା ମଞ୍ଚ ।

ଏନେଇ ସଂଗଠନ ପକ୍ଷରୁ ଏସବୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବାକୁ ଦାବି କରି ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସେପଟେ କୋରୋନା ସମୟରେ ମୃତ ଶ୍ରମିକଙ୍କ ସରକାରୀ ସହାୟତା ଅର୍ଥକୁ ପଞ୍ଚାୟତର କେତେକ କର୍ମଚାରୀମାନେ ହଡପ କରିଥିବା ନେଇ ଜିଲ୍ଲା ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଏ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ ନକରାଗଲେ ଆଗକୁ ଆନ୍ଦୋଳନର ପନ୍ଥା ଗ୍ରହଣ କରିବ ବୋଲି କହିଛନ୍ତି ଜନ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଅବଦୁଲ ହଲିମ ଖାନ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.