ETV Bharat / state

ଦୁଇଦିନ ପାଇଁ ବୌଦ୍ଧରେ ବନ୍ଦ ହେବ କୋଭିଡ ଟୀକାକରଣ

author img

By

Published : Jun 25, 2021, 6:36 AM IST

ଜିଲ୍ଲାରେ ଟୀକାକରଣ କାର୍ଯ୍ୟକ୍ରମ ଦୁଇ ଦିନ ବନ୍ଦ ରହିବ । କୋଭିସିଲ୍ଡ ଟୀକାର ସାମୟିକ ଅଭାବରୁ ଦୁଇ ଦିନ ଯୁବ ବର୍ଗଙ୍କ ଟିକାଦାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଅଧିକ ପଢ଼ନ୍ତୁ...

ଦୁଇଦିନ ପାଇଁ ବୌଦ୍ଧରେ ବନ୍ଦ ହେବ କୋଭିଡ ଟୀକାକରଣ
ଦୁଇଦିନ ପାଇଁ ବୌଦ୍ଧରେ ବନ୍ଦ ହେବ କୋଭିଡ ଟୀକାକରଣ

ବୌଦ୍ଧ: ଜିଲ୍ଲାରେ ଟୀକାକରଣ କାର୍ଯ୍ୟକ୍ରମ ଦୁଇ ଦିନ ବନ୍ଦ ରହିବ । କୋଭିସିଲ୍ଡ ଟିକାର ସାମୟିକ ଅଭାବରୁ ଦୁଇ ଦିନ ଯୁବ ବର୍ଗଙ୍କ ଟିକାଦାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ସେପଟେ ଜିଲ୍ଲାରେ ସଂକ୍ରମଣର ହାର କମିଛି । ଗୁରୁବାର ମାତ୍ର 41 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସରକାରୀ ଭାବରେ ସମୁଦାୟ ମୃତ୍ୟୁ ସଂଖ୍ୟା 78 ରେ ପହଞ୍ଚିଛି ।

ବୌଦ୍ଧ ଜିଲ୍ଲାର ସଦର ମହକୁମା ସମେତ ପୁରୁଣାକଟକ, ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳ ଠାରେ ଅଠର ବର୍ଷରୁ ଉର୍ଦ୍ଧ୍ବଙ୍କ ପାଇଁ ଟିକାଦାନ ଜାରି ରହିଛି । କୋଭିସିଲ୍ଡ ଟିକାର ସାମୟିକ ଅଭାବ ଯୋଗୁଁ 25 ଓ 26 ତାରିଖ ଦୁଇ ଦିନ ଧରି ଟୀକାକରଣ ବନ୍ଦ ରହିବ ନେଇ ସୂଚନା ମିଳିଛି । ତେବେ 45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ କିନ୍ତୁ ଟୀକାକରଣ ଜାରି ରହିବ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋରୋନା ଦ୍ବିତୀୟ ଲହର ଭୟବହତା ଶେଷ ହୋଇନାହିଁ । ସେପଟେ ତୃତୀୟ ଲହରକୁ ନେଇ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ବାହାର ରାଜ୍ୟରେ କେତେକ ଡେଲ୍ଟା ପ୍ଲସ ଭାରିଏଣ୍ଟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ କୋଭିସିଲ୍ଡ ଟୀକା ଉପଲବ୍ଧ ହେଲେ ପୁନଃ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ପ୍ରଶାସନ ସୂଚନା ଦେଇଛି । ଜିଲ୍ଲାରେ ଅଦ୍ୟାବଧି ସମୁଦାୟ 12063 ଜଣ ପୋଜେଟିଭ ଙ୍କ ମଧ୍ୟରୁ 11611 ଜଣ ସୁସ୍ଥ ହୋଇଛନ୍ତି । 374 ଜଣ କୋରୋନା ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.