ETV Bharat / state

ଆବାସ ଯୋଜନାରେ ମହାଦୁର୍ନୀତି: ବିଜେପିର ବିକ୍ଷୋଭ, ଧାରଣା ଦେଲେ ସରକାରୀ କର୍ମଚାରୀ - ସରକାରୀ କର୍ମଚାରୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତିକୁ ନେଇ ବୌଦ୍ଧ ଜିଲ୍ଲା ବିଜେପି ବ୍ଲକ କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣା । ଧାରଣା ସ୍ଥାନରେ ଜଣେ ସରକାରୀ କର୍ମଚାରୀଙ୍କ ବସିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ଆବାସ ଯୋଜନାରେ ମହାଦୁର୍ନୀତି
ଆବାସ ଯୋଜନାରେ ମହାଦୁର୍ନୀତି
author img

By

Published : Jul 8, 2021, 8:48 AM IST

ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ବୌଦ୍ଧ ଜିଲ୍ଲାର ବିଜେପି କର୍ମୀ । ଜିଲ୍ଲା ଗଠନ ପରେ ଆବାସ ଯୋଜନା ଦୁର୍ନୀତି ବୋଧହୁଏ ସବୁଠାରୁ ବଡ ଦୁର୍ନୀତି । ଜିଲ୍ଲାର ତଳଗାଁ, ମହାଲିକପଡା, ଆଢେଣୀଗଡ, ମଥୁରା, ରାଧାନଗର, ଧଳପୁର ଭଳି ବିଭିନ୍ନ ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

ଆବାସ ଯୋଜନାରେ ମହାଦୁର୍ନୀତି

ଏନେଇ ବୁଧବାର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଓ ବିଧାୟକ ପ୍ରାର୍ଥୀଙ୍କ ନେତୃତ୍ବରେ ବିଜେପିର ନେତା ଓ କର୍ମୀ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ତେବେ ବିଡିଓ ଅନୁପସ୍ଥିତ ଥିବାରୁ ବିଜେପି କର୍ମୀ ହଟ୍ଟଗୋଳ କରି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ଏନେଇ ଏକ ଦାବିପତ୍ର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ବିଜେପିର ଧାରଣା ସମୟରେ ବ୍ଲକର ଜଣେ ବରିଷ୍ଠ ଅଧିକାରୀ କାହିଁକି ଓ କେଉଁ ପରିସ୍ଥିତି ରେ ବିଜେପି ନେତା ଓ କର୍ମୀଙ୍କ ସହ ବସିଲେ ସେନେଇ ଉଠିଛି ପ୍ରଶ୍ନବାଚୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.