ବୌଦ୍ଧ: ବାଟବଣା ହେଉଛି ମୋ ଗୁହାଳ ଯୋଜନା (Mo Guhala Yojana Odisha) । ଫଳରେ ଯୋଜନାରୁ ବଞ୍ଚିତ ଜିଲ୍ଲାର ଗୋ ପାଳକ ଅନ୍ୟାନ୍ୟ ପଶୁ ପାଳକ । ପଶୁ ପାଳକଙ୍କ ପାଇଁ ଏହି ଯୋଜନା ହୋଇଥିବା ବେଳେ ଏବେ ଏଥିରେ ବ୍ୟତିକ୍ରମ ହେଉଛି । ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାରେ ୬୯ ଗୋଟି ପଞ୍ଚାୟତରେ ଶତକଡା ତିରିଶ ପ୍ରତିଶତରୁ ଊର୍ଦ୍ଧ୍ବ ଗୋପାଳକ ଓ ଅନ୍ୟାନ୍ୟ ପଶୁପାଳକ ରହିଥିବା ବେଳେ ପଞ୍ଚାୟତ ସ୍ତରରେ ବ୍ୟାପକ ଦୁର୍ନୀତି ଯୋଗୁଁ ସରକାରଙ୍କ କଲ୍ୟାଣକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିନାହିଁ । ଏଥିସହ ସରକାରଙ୍କ ଏହି ଯୋଜନା ବିଷୟରେ ଆଜିବି ପର୍ଯ୍ୟନ୍ତବି ଅବଗତ ନାହାନ୍ତି ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଲୋକେ । ଏନେଇ ଗୋ ସେବକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ