ବୌଦ୍ଧ: ପୁଣି ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ। ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ଅର୍ଥ ହରିଲୁଟ କରିବା ନେଇ ଲୋକେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ମାତ୍ର ପ୍ରଶାସନିକ କ୍ଷେତ୍ରରେ ଏହାର ସଫଳ ମିଳୁନଥିବା ଦେଖିବାକୁ ମିଳିଛି । ଯାହାଫଳରେ ଆଜି ଜିଲ୍ଲାପାଳଙ୍କ ସମ୍ମୁଖରେ ଗ୍ରାମବାସୀ ଦାବି ଜଣାଇଛନ୍ତି ।
ସୂଚନା ଫଳକ ଅଛି ହେଲେ ଗ୍ରାମକୁ ରାସ୍ତା ନାହିଁ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସଦର ପଞ୍ଚାୟତ ସର୍ଗିପାଲି ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାରେ ମାଟି କିମ୍ବା ମୋରମ ମୁଠାଏ ପଡ଼ିନାହିଁ। ହେଲେ ସୂଚନା ଫଳକରେ 5 ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଥିବା ଦର୍ଶାଯାଇଛି । ଠିକାଦାର ଓ ଯନ୍ତ୍ରୀଙ୍କ ଦ୍ବାରା ହରିଲୁଟ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । କଣ୍ଟାମାଳରେ ବାରମ୍ବାର ଏଭଳି ଦୁର୍ନୀତି ଅଭିଯୋଗ ହେଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନନେବା ଫଳରେ ଅନେକ କାରଣ ଦର୍ଶାଉଛି । ଫଳରେ ପ୍ରଶାସନ ମଧ୍ୟ ଏଥିରେ ସଂଶ୍ଲିଷ୍ଟ ଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ