ETV Bharat / state

ଗଞ୍ଜାମ ଆରସିସିଏଫ ବୌଦ୍ଧ ଗସ୍ତ, ଚିନ୍ତାରେ ପ୍ରଶାସନ - corona situation in boudh

ଗଞ୍ଜାମ ଆରସିସିଏଫଙ୍କ ବୌଦ୍ଧ ଗସ୍ତ ପରେ ଏବେ ଚିନ୍ତାରେ ରହିଛି ପ୍ରଶାସନ । ଗଞ୍ଜାମ ପରି କୋରୋନା ବହୁଳ ଅଞ୍ଚଳରୁ ଆସିଥିବାରୁ ଅଫିସରଙ୍କୁ ନେଇ ପ୍ରଶାସନର ଚିନ୍ତା ବଢିଥିବା କୁହାଯାଉଛି । ଅଧିକ ପଢନ୍ତୁ...

ଗଞ୍ଜାମ ଆରସିସିଏଫ ବୌଦ୍ଧ ଗସ୍ତ, ଚିନ୍ତାରେ ପ୍ରଶାସନ

author img

By

Published : Aug 6, 2020, 9:07 AM IST

ବୌଦ୍ଧ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଦିନରାତି ଏକ କରିଥିବାବେଳେ ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗଞ୍ଜାମରୁ ଆସି ଚିନ୍ତା ବଢାଇ ଦେଇଛନ୍ତି । ପ୍ରଥମେ ସେ ଚାରିଛକ ଠାରେ ରହି ଖାଇବା ଓ ପରେ ବୌଦ୍ଧ ନିକଟସ୍ଥ ବାମଣ୍ଡା ନର୍ସରୀ ଠାରେ ଅଜ୍ଞାତବାସରେ ରହିଲା ଭଳି ରହିଛନ୍ତି । ଫଳରେ ଏବେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଥିବାବେଳେ ବିଭାଗୀୟ କର୍ମଚାରୀ ବଡବାବୁଙ୍କ ଆଗରେ ହାତବାନ୍ଧି ବସିଛନ୍ତି ।

ଗଞ୍ଜାମ ଆରସିସିଏଫ ବୌଦ୍ଧ ଗସ୍ତ, ଚିନ୍ତାରେ ପ୍ରଶାସନ

ସେପଟେ କୋରୋନାରେ ମୃତ୍ୟୁବରଣ କରିଥିବା କୋରୋନା ଯୋଦ୍ଧା ପୋଲିସଙ୍କ ପାଇଁ ଆଜି ସମସ୍ତ ଥାନା ଓ ଫାଣ୍ଡିରେ ନୀରବ ପ୍ରାର୍ଥନା କରାଯାଇଛି । ସେହିପରି ବୁଧବାର ଜିଲ୍ଲାରେ ଜଣେ ମାତ୍ର କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲିର ଚିହ୍ନଟ ଦୁଇ ଆକ୍ରାନ୍ତ ଫେରାର ହୋଇଯାଇଥିଲେ । ତେବେ ବୁଧବାର ଜଣଙ୍କୁ ପଡୋଶୀ କନ୍ଧମାଳରୁ ଟ୍ରେସିଙ୍ଗ କରାଯାଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.