ETV Bharat / state

ବୌଦ୍ଧରେ କମୁଛି ସଂକ୍ରମଣ, ସଚେତନ କରୁଛନ୍ତି ବିଡି଼ଓ - କୋରୋନା ମହାମାରୀ

ବୌଦ୍ଧ ଜିଲ୍ଲାରେ ସଂକ୍ରମଣ କମିବା ପରେ ମଧ୍ୟ ବିଡ଼ିଓ ଲୋକମାନଙ୍କୁ ସଚେତନ କରାଇବା ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧରେ କମୁଛି ସଂକ୍ରମଣ, ସଚେତନ କରୁଛନ୍ତି ବିଡି଼ଓ

author img

By

Published : Jun 13, 2021, 3:55 PM IST

ବୌଦ୍ଧ: ରାଜ୍ୟ ସମେତ ବୌଦ୍ଧ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏଭଳି ସମୟରେ ମଧ୍ୟ ଲୋକଙ୍କୁ କୋରୋନା ମହାମାରୀର ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ବିଡ଼ିଓ ।

ବୌଦ୍ଧରେ କମୁଛି ସଂକ୍ରମଣ, ସଚେତନ କରୁଛନ୍ତି ବିଡି଼ଓ

କୋରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗତକିଛି ଦିନ ହେଲା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁର ହାର ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ । ଜିଲ୍ଲାରୁ ରବିବାର ପୁଣି ନୂଆ 90 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେବଳ ସରଧାପୁର ଗ୍ରାମରୁ 32 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଭଳି ସମୟରେ ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରାଙ୍କ ଏକ ସଚେତନତା ମୂଳକ ଗୀତ ଖୁବ ଭାଇରାଲ ହୋଇଛି ।

ସେପଟେ ଗତକାଲି କୋଭିଡ ସେଣ୍ଟରରେ ରାମଗଡ ଅଞ୍ଚଳର ଜଣେ ସଂକ୍ରମିତ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସମ ହସପିଟାଲକୁ ସ୍ଥାନାନ୍ତର ସମୟରେ ଉକ୍ତ ରୋଗୀ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ତେବେ ହରଭଙ୍ଗା ବିଡ଼ିଓ, ପୋଲିସ ଓ ସ୍ବାସ୍ଥ୍ୟ ବିଭାଗର ଦୀର୍ଘ ସମୟର ଉଦ୍ୟମ କ୍ରମେ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ପଠାଯାଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.