ETV Bharat / state

କୋରୋନା ମୁକାବିଲା: 3 ଲକ୍ଷର ସହାୟତା ଦେଲା ବୌଦ୍ଧ ମିଲର୍ସ ଆସୋସିଏସନ

author img

By

Published : Apr 21, 2020, 12:42 AM IST

Updated : Apr 21, 2020, 6:49 PM IST

ସୋମବାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ତିନି ଲକ୍ଷ ଟଙ୍କା ସହାୟତା ଦେଇଛି ବୌଦ୍ଧ ଜିଲ୍ଲା ମିଲର୍ସ ଆସୋସିଏସନ । ଅଧିକ ପଢ଼ନ୍ତୁ...

corona fight, sanitisation in lockdown, boudh lockdown, boudh latest news, boudh millers association, କୋରୋନା ମୁକାବିଲା, ଲକଡାଉନରେ ସାନିଟାଇଜେସନ, ବୌଦ୍ଧରେ ଲକଡାଉନ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧ ମିଲର୍ସ ଆସୋସିଏସନ
କୋରୋନା ମୁକାବିଲା: 3 ଲକ୍ଷର ସହାୟତା ଦେଲା ବୌଦ୍ଧ ମିଲର୍ସ ଆସୋସିଏସନ

ବୌଦ୍ଧ: ପ୍ରତ୍ୟେହ ସାନିଟାଇଜ ହେଉଛି ଜିଲ୍ଲାର ବିଭିନ୍ନ ସ୍ଥାନ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହିତ ମାର୍କେଟ ଓ ଅନ୍ୟ ପ୍ରମୁଖ ସ୍ଥାନକୁ ସାନିଟାଇଜ କରାଯାଉଛି । ସେପଟେ ସୋମବାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ତିନି ଲକ୍ଷ ଟଙ୍କା ସହାୟତା ଦେଇଛି ଜିଲ୍ଲା ମିଲର୍ସ ଆସୋସିଏସନ ।

ବୌଦ୍ଧ ଜିଲ୍ଲାର ପ୍ରମୁଖ ସ୍ଥାନ ଗୁଡିକୁ ପ୍ରତିଦିନ ଅଗ୍ନିଶମ ବିଭାଗ ଦ୍ବାରା ସାନିଟାଇଜ ହେଉଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହିତ ପ୍ରମୁଖ ସ୍ଥାନଗୁଡିକ ପ୍ରଥମେ ବ୍ଲିଚିଂ ସାନିଟାଇଜ ଓ ପରେ ସୋଡିୟମ ହାଇପୋକ୍ଲୋରାଇଡରେ ସାନିଟାଇଜ କରାଯାଉଛି । ଜିଲ୍ଲାର ହରଭଙ୍ଗା, ଚାରିଛକ, ପୁରୁଣାକଟକ, ବୌଦ୍ଧ, ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳ ସହିତ ବିଭିନ୍ନ ପଞ୍ଚାୟତକୁ ମଧ୍ୟ ସାନିଟାଇଜ କରାଯାଉଛି ।

ସେପଟେ ସୋମବାର ଲକଡାଉନ କିଛି ମାତ୍ରାରେ କୋହଳ ହୋଇଥିବା ବେଳେ ଜିଲ୍ଲା ମିଲର୍ସ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ତିନି ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଆସୋସିଏସନ ପକ୍ଷରୁ ଆଗାମୀ ଦିନରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସେମାନେ ପ୍ରସ୍ତୁତ ରହିଥିବା ବେଳେ କୋରୋନାକୁ ନେଇ ଜିଲ୍ଲାପାଳଙ୍କ ବିଭିନ୍ନ ପଦକ୍ଷେପକୁ ସ୍ବାଗତ କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Apr 21, 2020, 6:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.