ETV Bharat / state

କରୋନା ସନ୍ଦିଗ୍ଧ ସର୍ବସାଧାରଣ ସ୍ଥାନରେ ପହଞ୍ଚିବାରୁ ଥାନାରେ ମାମଲା ରୁଜୁ - boudh news

କରୋନା ଭାଇରସକୁ ନେଇ ସାଧାରଣରେ ଲୋକେ ଆତଙ୍କିତ ହୋଇପଡିଥିବା ବେଳେ ଜଣେ କରୋନା ସନ୍ଦିଗ୍ଧ ସର୍ବସାଧାରଣରେ ବୁଲାବୁଲି କରିବାର ନଜର ଆସିଛି । ବର୍ତ୍ତମାନ ଏହି ମାମଲା ଥାନାରେ ପହଞ୍ଚିଛି । ଅଧିକ ପଢନ୍ତୁ...

Corona fear in boudh
କରୋନା ସନ୍ଦିଗ୍ଧ ସର୍ବସାଧାରଣ ସ୍ଥାନରେ ପହଞ୍ଚିବାରୁ ଥାନାରେ ମାମଲା ରୁଜୁ
author img

By

Published : Mar 20, 2020, 7:36 PM IST

ବୌଦ୍ଧ: କରୋନା ଭାଇରସକୁ ନେଇ ସାଧାରଣରେ ଲୋକେ ଆତଙ୍କିତ ହୋଇପଡିଥିବା ବେଳେ ଜଣେ କରୋନା ସନ୍ଦିଗ୍ଧ ସର୍ବସାଧାରଣରେ ବୁଲାବୁଲି କରିବାର ନଜର ଆସିଛି । ଯାହାକୁ ନେଇ ବୌଦ୍ଧ ଜିଲ୍ଲାରେ ଏକ ଭୟର ବାତାବରଣ ଖେଳି ଯାଇଛି । ବର୍ତ୍ତମାନ ଏହି ମାମଲା ଥାନାରେ ପହଞ୍ଚିଛି ।

କରୋନା ସନ୍ଦିଗ୍ଧ ସର୍ବସାଧାରଣ ସ୍ଥାନରେ ପହଞ୍ଚିବାରୁ ଥାନାରେ ମାମଲା ରୁଜୁ

ସୂଚନାଯୋଗ୍ୟ, ବୌଦ୍ଧ ଜିଲ୍ଲାରେ 4 ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ସହିତ ଘରେ ଆବଦ୍ଧ ରହିବାକୁ କଡାକଡି ତାଗିଦ କରାଯାଇଛି । କିନ୍ତୁ ଶୁକ୍ରବାର ଜଣେ ସନ୍ଦିଗ୍ଧ ସର୍ବସାଧାରଣରେ ଖୁଲମଖୁଲା ବୁଲି ସଂକ୍ରମଣ ବ୍ୟାପିବାର ଭୟ ସୃଷ୍ଟି ଅଭିଯୋଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ତେବେ ସନ୍ଦିଗ୍ଧ ଡାକ୍ତରଖାନା ଅଞ୍ଚଳରେ ପହଞ୍ଚିବା ପରେ ସମସ୍ତେ ଆତଙ୍କିତ ହୋଇପଡିଥିବା ଦେଖାଯାଇଥିଲା । ଅପରପକ୍ଷେ ପୋଲିସ ଏସପି ମଧ୍ୟ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିବା ସହ ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ସେପଟେ ଗ୍ରାମାଞ୍ଚଳରେ ଲୋକଙ୍କୁ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବୌଦ୍ଧ ପୋଲିସ ଏବଂ ଆମ ପୋଲିସ ମିଳିତ ଭାବେ ବୈଠକ କରୁଛନ୍ତି । ଏଥିସହ ପୋଲିସର ଏକ ଗାଡି ଗାଁ ଗାଁ ପରିକ୍ରମା କରି ଲୋକଙ୍କୁ କରୋନା ସଚେତନ କରୁଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.