ETV Bharat / state

ବୌଦ୍ଧ ପ୍ରଶାସନକୁ କୋରୋନା ଚିନ୍ତା, ହାଟବଜାର ଓ ଭୋଜିଭାତରେ ଲାଗିଲା ରୋକ୍‌ - boudha administration's advice to people

କୋରୋନା ଭାଇରସକୁ ନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ହାଟବଜାର, ଭୋଜିଭାତ ବନ୍ଦ ରଖିବାକୁ ଆହ୍ବାନ ଦେଇଛନ୍ତି ।

boudha
boudha
author img

By

Published : Mar 15, 2020, 9:36 PM IST

ବୌଦ୍ଧ: କୋରୋନା ଭାଇରସକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ । ପଞ୍ଚାୟତ ସ୍ତରରେ ସଚେତନତା ପାଇଁ ରବିବାର ତିନୋଟି ବ୍ଲକରେ ଏ ସମ୍ପର୍କରେ ଜରୁରୀ ବୈଠକ କରାଯାଇ ଜନଗହଳି ପୂର୍ଣ୍ଣ ସ୍ଥାନ, ଭୋଜି, ହାଟବଜାର ବନ୍ଦ ସହିତ ସନ୍ଦିଗ୍ଧ ବ୍ୟକ୍ତି ବିଶେଷଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

ବୌଦ୍ଧ ଜିଲ୍ଲାରେ ହାଟବଜାର ଓ ଭୋଜିଭାତ ଉପରେ ଲାଗିଲା ରୋକ୍‌

ବୌଦ୍ଧ ଜିଲ୍ଲା ପ୍ରଶାସନର କୋରୋନା ଭାଇରସକୁ ନେଇ ପ୍ରସ୍ତୁତ ରହିଛି । ରବିବାର ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ଅଞ୍ଚଳର ପଞ୍ଚାୟତ ସ୍ତରର କର୍ମକର୍ତ୍ତାଙ୍କୁ ନେଇ ଏ ସମ୍ପର୍କରେ କିଭଳି ପ୍ରସ୍ତୁତ ରହିବେ ଓ କେଉଁ କେଉଁ ପଦକ୍ଷେପ ଗ୍ରହଣ କରିବେ ସେନେଇ ସୂଚନା ଦିଆଯାଇଛି ।

ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ହାଟବଜାର, ଭୋଜିଭାତ ବନ୍ଦ ରଖିବାକୁ ଆହ୍ବାନ ଦେଇଛନ୍ତି । ଏଥିସହିତ ପଞ୍ଚାୟତ ସ୍ତରରେ ବିଭିନ୍ନ ବିଦ୍ୟାଳୟ, କଲ୍ୟାଣମଣ୍ଡପ, ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି । ଏହି ବିପତ୍ତି ସମୟରେ ଜିଲ୍ଲାପାଳ ଲୋକଙ୍କୁ ଆତଙ୍କିତ ନହୋଇ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଓ ଅତି ଜରୁରୀ ନହେଲେ ଅନ୍ୟତ୍ର ନଯିବାକୁ ଅନୁରୋଧ କରିଛନ୍ତି ।

ତେବେ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସମସ୍ୟାର ସମ୍ମୁଖୀନ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ବୋଲି ଜିଲ୍ଲାପାଳ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.