ବୌଦ୍ଧ: ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁଁ ବିଭାଗରେ ଚାଲିଛି ବ୍ୟାପକ ଦୁର୍ନୀତି । ଏଭଳି କିଛି ସାଂଘାତିକ ଅଭିଯୋଗ ଜନୈକ ଠିକାଦାର ଆଣିବା ସହ ତାଙ୍କୁ ଆକ୍ରମଣ ହୋଇଥିବା ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ବର୍ତ୍ତମାନ ପୁଣିଥରେ ଜଣେ ଅଧିକାରୀଙ୍କ ନାଁରେ ଲାଞ୍ଚ ମଗାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜନୈକ ଠିକାଦାର । ଏଷ୍ଟିମେଟ ଓ ବିଲ ପୈଠ ପାଇଁ ଜନୈକ ଅଧିକାରୀ ସମ୍ପୃକ୍ତ ଠିକାଦାରଙ୍କୁ ବାରମ୍ବାର ହଇରାଣ କରିବା ପରେ ଆଜି ଆକ୍ରମଣ କରି ଅଶାଳୀନ ମନ୍ତବ୍ୟ ଦେଇଥିବା ଭଳି ଅଭିଯୋଗ କରି ଠିକାଦାର ଜଣକ ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ସମ୍ପୃକ୍ତ ଅଧିକାରୀ ମଧ୍ୟ ଠିକାଦାରଙ୍କ ନାଁରେ ପାଲଟା ଅଭିଯୋଗ ଥାନାରେ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ