ETV Bharat / state

ବୃଦ୍ଧି ପାଉଛି ସଂକ୍ରମଣ, ବଢିଗାଁର ବିଭିନ୍ନ ବସ୍ତି ହେଲା କଣ୍ଟେନମେଣ୍ଟ ଜୋନ

author img

By

Published : Apr 16, 2021, 6:54 AM IST

ଟିକା ପହଞ୍ଚିବା ପରେ ପୁଣିଥରେ ଟୀକାକରଣ ବୌଦ୍ଧରେ ଆରମ୍ଭ ହୋଇଥିବା ବେଳେ କୋରୋନା ସଂକ୍ରମଣ ଗୋଟିଏ ଦିନରେ ଦୁଇ ଅଙ୍କ ଛୁଇଁଲା । ସଂକ୍ରମଣର ଆଶଙ୍କା ଯୋଗୁଁ ବଢିଗାଁର ବିଭିନ୍ନ ସ୍ଥାନକୁ ପଞ୍ଚାୟତ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

ବୃଦ୍ଧି ପାଉଛି ସଂକ୍ରମଣ, ବଢିଗାଁର ବିଭିନ୍ନ ବସ୍ତି ହେଲା କଣ୍ଟେନମେଣ୍ଟ ଜୋନ
ବୃଦ୍ଧି ପାଉଛି ସଂକ୍ରମଣ, ବଢିଗାଁର ବିଭିନ୍ନ ବସ୍ତି ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ: ଦୁଇ ଦିନ ଟୀକାକରଣ ଜିଲ୍ଲାରେ ବନ୍ଦ ହେବା ପରେ ଗୁରୁବାର ପୁଣି ଟୀକାକରଣ ସ୍ବାଭାବିକ ହୋଇଛି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ବାଉଁଶୁଣୀ, ବୌଦ୍ଧ ଓ ପୁରୁଣାକଟକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦଶ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଯୋଗୁଁ ସଂକ୍ରମଣ ର ଆଶଙ୍କା ଅନେକାଂଶରେ ବୃଦ୍ଧି ପାଇଛି । କେବଳ ବଢିଗାଁ ଅଞ୍ଚଳରେ ସାତଜଣ କରୋନା ଆକ୍ରାନ୍ତ ଚିହ୍ନଟ ଯୋଗୁଁ ପଞ୍ଚାୟତ କର୍ତ୍ତୃପକ୍ଷ କେତେକ ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ବଢିଗାଁର ବିଭିନ୍ନ ସ୍ଥାନକୁ ସାନିଟାଇଜ କରାଯିବା ସହ ସମସ୍ତଙ୍କୁ ସଚେତନ ରହିବାକୁ ଅନୁରୋଧ କରାଯାଇଛି । ଆସନ୍ତା ଦିନରେ କୌଣସି ପ୍ରକାର ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଜି ପ୍ରଥମ ଥର ପାଇଁ ଏଏଲ ଏସ ଆମ୍ବୁଲାନ୍ସ କୋଭିଡ ସେଣ୍ଟରରେ ପହଞ୍ଚିଛି । ସାଂସଦ ପାଣ୍ଠିରୁ ଏହି ଏଡଭାନ୍ସ ଲାଇଫ ସିଷ୍ଟମ ଆମ୍ବୁଲାନ୍ସ ଜିଲ୍ଲାର ରୋଗୀଙ୍କ ପାଇଁ ଯଥେଷ୍ଟ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.