ବୌଦ୍ଧ: କେନ୍ଦ୍ରର କୃଷି ନୀତି ବିରୁଦ୍ଧରେ ଗର୍ଜିଲା କଂଗ୍ରେସ । ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ କଂଗ୍ରେସ ନେତା ଓ କର୍ମୀ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । କୃଷି ଓ କୃଷକଙ୍କୁ କେନ୍ଦ୍ର ସରକାର ଏହି ନୂତନ ବିଲ ମାଧ୍ୟମରେ ପ୍ରୋତ୍ସାହିତ କରିବା ବଦଳରେ ଓଲଟା ପୁଞ୍ଜିପତିଙ୍କ ହାତରେ କୃଷିକୁ ଟେକିଦେଇ ଚାଷୀକୁ ଆତ୍ମହତ୍ୟା କରିବା ପାଇଁ ବାଟ ଫିଟାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ସେହିପରି ଗୁରୁବାର ୟୁପି ପୋଲିସ କଂଗ୍ରେସର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଯେଉଁଭଳି ଦୁର୍ବ୍ୟବହାର କଲା ତା ବିରୁଦ୍ଧରେ କଂଗ୍ରେସ ସମାଲୋଚନା କରିଛି । କଂଗ୍ରେସ ପକ୍ଷରୁ ଉଭୟ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ