ETV Bharat / state

ବୌଦ୍ଧରେ ବଢୁଛି ବେଆଇନ ଗଛକଟା, କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଚାଲିଛି ବେଆଇନ ଗଛକଟା । ଏଥିସହିତ ଲଘୁଖଣିଜ ସମ୍ପଦର ଚାଲିଛି ହରିଲୁଟ । ଏହାଛଡା ଜଙ୍ଗଲରୁ ବେଆଇନ ଭାବରେ କାଠକାଟି କେତେକ ଦୁର୍ବୃତ୍ତ ଇଟାଭାଟି ପୋଡୁଛନ୍ତି । ହେଲେ ଅଭିଯୋଗ ପରେ ବି ଚୁପ ବସିଛି ବନବିଭାଗ । ଅଧିକ ପଢନ୍ତୁ...

author img

By

Published : Nov 16, 2021, 2:40 PM IST

ଧ୍ଵଂସ ପାଇବାକୁ ବସିଲାଣି ଜଙ୍ଗଲ, କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ

ବୌଦ୍ଧ: ବିଭିନ୍ନ ଜଙ୍ଗଲରେ ବଢୁଛି ବେଆଇନ ଗଛକଟା । ଏଥିସହିତ ଲଘୁଖଣିଜ ସମ୍ପଦର ଚାଲିଛି ହରିଲୁଟ । ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ପାଞ୍ଚ ଗୋଟି ବନାଞ୍ଚଳ, ଜଙ୍ଗଲ ସମ୍ପଦରେ ଭରପୁର । କିନ୍ତୁ ଚୋରା କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ଏସବୁ ଜଙ୍ଗଲରେ ପଡିଥିବାରୁ ଗତ କିଛି ବର୍ଷ ହେଲା ଲଗାତାର ଭାବରେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଏହାଛଡା ଜଙ୍ଗଲରୁ ବେଆଇନ ଭାବରେ କାଠକାଟି କେତେକ ଦୁର୍ବୃତ୍ତ ଇଟାଭାଟି ପୋଡୁଛନ୍ତି ।

ବୌଦ୍ଧ ଜିଲ୍ଲାର ଆମ୍ବଝରୀ, ଟିକରପଡା, ତଳଗାଁ, ମହାଲିକପଡା, ଶଗଡା, ଉମା, ନାରାୟଣପ୍ରସାଦ ଭଳି ଅନେକ ପଞ୍ଚାୟତର ଜଙ୍ଗଲ ଅଞ୍ଚଳରେ ଏହା ଚାଲିଥିବା ନେଇ ଜଙ୍ଗଲ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଏଥିସହିତ ଜଙ୍ଗଲରୁ ମେଟାଲ, ମୋରମ ଚୋରି ସହିତ ବିଭିନ୍ନ ପାହାଡି ନଦୀନାଳରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଏପଟେ ଏଭଳି କାର୍ଯ୍ୟରେ ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.