ETV Bharat / state

ଗାଁକୁ ନାହିଁ ସବୁଦିନିଆ ରାସ୍ତା, ଯାତାୟତ ପାଇଁ ଲୁଣିବାହାଲ ଲୋକେ ହିନସ୍ତା

author img

By

Published : Nov 21, 2019, 10:36 AM IST

ବୌଦ୍ଧ ଜିଲ୍ଲା ଲୁଣିବାହାଲ ପଞ୍ଚାୟତରେ ନାହିଁ ସବୁଦିନିଆ ରାସ୍ତା । ଫଳରେ ବର୍ଷ ତମାମ ଲୋକେ ନାନ ସମସ୍ୟାର ସମ୍ମୁଖିନ ହୁଅନ୍ତି । ଖୁବଶିଘ୍ର ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଦାବି ହୋଇଛି ।

ଗାଁକୁ ନାହିଁ ସବୁଦିନିଆ ରାସ୍ତା, ଯାତାୟତ ପାଇଁ ଲୁଣିବାହାଲ ଲୋକେ ହୀନସ୍ତା

ବୌଦ୍ଧ: ସ୍ବାଧିନତାକୁ 72 ବର୍ଷ ପୁରିଛି । ହେଲେ ଏବେବି ସବୁଦିନିଆ ରାସ୍ତା ଖଣ୍ଡେ ପାଇଁ ନାନା ହଇରାଣ ହରକତ ହେଉଛନ୍ତି ଲୋକେ । ଖରା ଦିନ ତ ଯେନତେନ କଟି ଯାଉଛି କିନ୍ତୁ ବର୍ଷା ଦିନ ହେଲେ ବିପଦ ମାଡି ଆସୁଛି । ଆମେ କହୁଛୁ ବୌଦ୍ଧ ଜିଲ୍ଲା ଲୁଣିବାହାଲ ପଞ୍ଚାୟତ କଥା ।

ଗାଁକୁ ନାହିଁ ସବୁଦିନିଆ ରାସ୍ତା, ଯାତାୟତ ପାଇଁ ଲୁଣିବାହାଲ ଲୋକେ ହୀନସ୍ତା

ପଞ୍ଚାୟତବାସୀଙ୍କୁ ପାଇଁ କଣ୍ଟା ସାଜିଛି ଡେଙ୍ଗା କେନ୍ଦୁନାଳ । କାରଣ ଝରଣାର ଅପର ପାର୍ଶ୍ଵରେ ଥିବା ଝାରକଟା, ଭାଲୁଗାଡିଆ,ବିଶିସାହି ଭଳି ଗାଁ ଗୁଡିକର ଅଧିବାସୀ ବର୍ଷ ତମାମ ଯାତାୟତର ସମସ୍ୟାକୁ ନେଇ ସଂଘର୍ଷ କରିଥାନ୍ତି । ପୋଲଟିଏ ନଥିବାରୁ କେଉଁ ସ୍ଥାନକୁ ଯିବାକୁ ହେଲେ ନାଳ ପାର କରି ଯିବାକୁ ପଡେ । ଅନ୍ୟ ଦିନମାନଙ୍କରେ ଯାତାୟତ ସମ୍ଭବ ହୁଏ ହେଲେ ବର୍ଷା ଋତୁ ଆସିଲେ ଲୋକଙ୍କ ଦୁଃଖ ଦ୍ବିଗୁଣା ବଢି ଯାଏ । କାରଣ ବର୍ଷା ଦିନ ନାଳରେ ଅଣ୍ଟାରୁ ଊର୍ଦ୍ଧ୍ବ ପାଣି ଜମୁଥିବାରୁ ଯାତାୟତ ସମ୍ଭବ ହୋଇପାରେନି । ଫଳରେ ଲୋକେ ଏକ ପ୍ରକାର ଘେରାବନ୍ଦୀ ହୋଇଯାଆନ୍ତି । ଛାତ୍ରଛାତ୍ରୀ ମାଧ୍ୟ ସ୍କୁଲ ଯିବାରେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା କହିଛନ୍ତି । ଖୁବ ଶିଘ୍ର ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଗାଁ କୁ ନାହିଁ ସବୁଦିନିଆ ରାସ୍ତା ।ଫଳରେ ବର୍ଷ ତମାମ ଅଞ୍ଚଳବାସୀ ବିଛିନ୍ନାଞ୍ଚଳରେ ବାସ କଲାଭଳି ରହୁଛନ୍ତି ।
ବୌଦ୍ଧ ଜିଲ୍ଲା ଲୁଣିବାହାଲ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଡେଙ୍ଗା କେନ୍ଦୁ ନାଳ ସାଜିଛି ନିକଟସ୍ଥ ଗ୍ରାମବାସୀଙ୍କ ଦୁଃଖ ।ଝରଣାର ଅପର ପାର୍ଶ୍ଵରେ ଥିବା ଝାରକଟା, ଭାଲୁଗାଡିଆ,ବିଶିସାହି ଭଳି ଗାଁ ଗୁଡିକର ଅଧିବାସୀ ବର୍ଷ ତମାମ ଯାତାୟତର ସମସ୍ୟା କୁନେଇ ସଂଘର୍ଷ କରିଥାନ୍ତି ।ବର୍ଷା ଦିନରେ ପ୍ରବଳ ପାଣି ବୋହୁ ଥିବାରୁ ଗମନାଗମନ ପୁରା ବନ୍ଦ ରହୁଥିବା ବେଳେ ଅନ୍ୟ ସମୟରେ ଅଣ୍ଟେ ପାଣିରେ ପଶି ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ ହୋଇଥାଏ ।ଏହି ଝରଣା ଯୋଗୁଁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀ ବିଶେଷ ଭାବରେ ପ୍ରଭାବିତ ହୋଇଥାନ୍ତି ।ଏହି ଛୋଟ ଝରଣା ଉପରେ ଛୋଟ ପୋଲଟିଏ ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Body:ଗାଁ କୁ ସବୁଦିନିଆ ରାସ୍ତା ନଥିବାରୁ ବିଛିନ୍ନାଞ୍ଚଳର ଜୀବନ ଜୀଉଁଛନ୍ତି ଅଞ୍ଚଳବାସୀ ।

Conclusion:ବାଇଟ-୧-ଅର୍କେଶ ଦଳବେହେରା,ଛାତ୍ର
ବାଇଟ-୨-ସେବତୀ,ଗ୍ରାମବାସୀ
ବାଇଟ-୩-ବିରଞ୍ଚି ନାରାୟଣ ପଣ୍ଡା, ନିର୍ବାହୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.