ETV Bharat / state

କଳାକାର ଭତ୍ତାରୁ ବଞ୍ଚିତ ସଞ୍ଚାର ବାଦ୍ୟ କଳାକାର ମୁରାରୀ ମୋହନ

author img

By

Published : Dec 21, 2021, 2:05 PM IST

ସଞ୍ଚାର ବାଦ୍ୟ କଳାକୁ ସରକାରୀ ସ୍ବୀକୃତି ଓ କଳାକାର ଭତ୍ତାରୁ ବଞ୍ଚିତ ହୋଇଥିବାରୁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କଲେ ବୌଦ୍ଧ ଜିଲ୍ଲାର ବର୍ଷିୟାନ କଳାକାର ମୁରାରୀ ମୋହନ ଦାସ । ଅଧିକ ପଢନ୍ତୁ

କଳାକାର ଭତ୍ତାରୁ ବଞ୍ଚିତ ସଞ୍ଚାର ବାଦ୍ୟ କଳାକାର ମୁରାରୀ ମୋହନ
କଳାକାର ଭତ୍ତାରୁ ବଞ୍ଚିତ ସଞ୍ଚାର ବାଦ୍ୟ କଳାକାର ମୁରାରୀ ମୋହନ

ବୌଦ୍ଧ: ଜିଲ୍ଲାର ଖଟଖଟିଆ ପଞ୍ଚାୟତ କୁମରକେଲୀ ଗ୍ରାମର ବର୍ଷିୟାନ କଳାକାର ମୁରାରୀ ମୋହନ ଦାସ । ଯିଏ କି ସଞ୍ଚାର ବାଦ୍ୟ କଳାକୁ ପୁର ପଲ୍ଲୀରେ ବଞ୍ଚାଇ ରଖିଛନ୍ତି । କିନ୍ତୁ ସେ କଳାକାର ଭତ୍ତାରୁ ବଞ୍ଚିତ ହୋଇଥିବାବେଳେ ଏନେଇ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ଏଥି ସହ ଏହି କଳାକୁ ସରକାରୀ ସ୍ବୀକୃତି ପାଇଁ ନିବେଦନ କରିଛନ୍ତି । ତେବେ ଜିଲ୍ଲାର ତିନୋଟି ବ୍ଲକରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ସତ ହେଲେ ଏହି ବର୍ଷିୟାନ କଳାକାର ଏଥିରୁ ବଞ୍ଚିତ ହୋଇଛନ୍ତି ।

ବୃଦ୍ଧ ଜଣକ ପିଲା ଦିନରୁ ସଞ୍ଚାର ବାଦ୍ୟ, ଖୋଳ, ଖଞ୍ଜଣି, ଦାସକାଠିଆ ବଜାଇବା ସହ ନୃତ ସଂଗୀତ ପ୍ରତି ଆକର୍ଷିତ ହୋଇଥିଲେ । ବର୍ତ୍ତମାନ ମଧ୍ୟ ସେ ଏହି ସଞ୍ଚାର ବାଦ୍ୟ କଳାକୁ ପୁରପଲ୍ଲୀରେ ବଞ୍ଚାଇବାକୁ ନିଜ ଚେଷ୍ଟା ଜାରି ରଖିଛନ୍ତି । ହେଲେ ଅନେକ ଅଯୋଗ୍ୟ ଲୋକ କଳାକାର ସହାୟତା ଯୋଜନାରେ ସାମିଲ ହେଉଥିବା ବେଳେ ମୁରାରୀଙ୍କ ଭଳି ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଳାକାରମାନେ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି । ଏନେଇ ଜିଲ୍ଲା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଶ୍ରୀ ଦାସଙ୍କ କଳା ସମ୍ପର୍କରେ ଅଜ୍ଞ ଅଛନ୍ତି ଓ ସରକାରୀ ନିୟମ ପ୍ରକାରେ ତାଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.