ବୌଦ୍ଧ: ହଜିଯାଉଥିବା ପାରମ୍ପରିକ ଖାଦ୍ୟକୁ ନେଇ କଲେଜ ସ୍ତରରେ ଆରମ୍ଭ ହୋଇଛି ଫୁଡ୍ ଫେଷ୍ଟିଭାଲ । ଭଳିକି ଭଳି ପିଠାପଣା ବର୍ତ୍ତମାନ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ । ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବ ବର୍ଗଙ୍କ ମଧ୍ୟରେ ପାରମ୍ପରିକ ଖାଦ୍ୟ ପ୍ରତି ଆକର୍ଷିତ କରିବା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଥିବା ଜିଲ୍ଲାର ସର୍ବ ପ୍ରଥମ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ଏଭଳି ଅଭିନବ କାର୍ଯ୍ୟକ୍ରମ ।
ପାରମ୍ପରିକ ପିଠାପଣାରେ ମହକି ଉଠିଛି କଲେଜ ପରିସର । ଭଳି କି ଭଳି ଖାଦ୍ୟ ସମ୍ଭାରରେ ସଜେଇ ହୋଇଛି ମହାବିଦ୍ୟାଳୟ ପ୍ରାଙ୍ଗଣ । ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ କ୍ରୀଡା, ସଂସ୍କୃତିର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଥିବା ଜିଲ୍ଲାର ସର୍ବ ପ୍ରଥମ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ଖାଦ୍ୟ ସମ୍ଭାରକୁ ପ୍ରଦର୍ଶନ କରିଥିଲେ । ଜିଲ୍ଲାର ବିଭିନ୍ନ କଲେଜରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଜିଲ୍ଲାରେ ପ୍ରଥମ ଥର ଏକ ବିଶାଳ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ବିଶେଷ ଭାବରେ ପାରମ୍ପରିକ ଖାଦ୍ୟ ଯାହାକି ଅଧିକାଂଶର ଆଉ ପ୍ରାୟତଃ ଉପଯୋଗ କରାଯାଉ ନାହିଁ ସେଭଳି ଅନେକ ଖାଦ୍ୟ ସହିତ ଗ୍ରାମାଞ୍ଚଳରେ ବ୍ୟବହାର ହେଉଥିବା ବିଭିନ୍ନ ପାରମ୍ପରିକ ଖାଦ୍ୟ ଏଭଳି ଫୁଡ୍ ଫେଷ୍ଟିଭାଲରେ ବେଶ ଆକର୍ଷଣୀୟ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ.....ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ, ଆକର୍ଷଣ ସାଜିଲା ମାନବବିହୀନ ମଡେଲ
ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଥିବା ଜିଲ୍ଲାର ସର୍ବ ପ୍ରଥମ ମହାବିଦ୍ୟାଳୟ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଥମ ଥର ପାଇଁ ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ୍ବ ପାରମ୍ପରିକ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା । ଢିଙ୍କି କୁଟା ଚାଉଳ ଚୁନା, ମାଣ୍ଡିଆ ଚୁନାରୁ ପ୍ରସ୍ତୁତ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ବେଶ ଆକର୍ଷଣୀୟ ହୋଇଥିଲା । ହଳଦୀ, ତୁଳସୀ, କଖାରୁ, ତାଳ, ମୁଗରୁ ପ୍ରସ୍ତୁତ ବିଭିନ୍ନ ପୋଡପିଠା, ପାଣି ମଣ୍ଡା, ଆରିଶା, କାକରା, ପଲାଉ, ସିଝା ମଣ୍ଡା, ସାଲାଉ ଭଳି ଅନେକ ଲୁପ୍ତପ୍ରାୟ ପାରମ୍ପରିକ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା । ଏହାଛଡା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଖାଦ୍ୟର ସ୍ବତନ୍ତ୍ର ପ୍ରଦର୍ଶନ କରାଯାଇଥିଲା । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହ ସହକାରେ ଏଭଳି ଫୁଡ୍ ଫେଷ୍ଟିଭାଲରେ ସାମିଲ ହୋଇଥିବା ବେଳେ ଅତିଥିମାନେ ମଧ୍ୟ ଏଭଳି ଲୁପ୍ତପ୍ରାୟ ପାରମ୍ପରିକ ଖାଦ୍ୟକୁ ନେଇ ବେଶ ଆନନ୍ଦ ପ୍ରକାଶ କରିଥିଲେ ।
ଇଟିଭି ଭାରତ, ବୌଦ୍ଧ