ETV Bharat / state

ଅବସର ନେବେ ବୌଦ୍ଧ ଜିଲ୍ଲାପାଳ, ପ୍ରଶାସନିକ ସଂସ୍କାର ଉଦ୍ୟମ ପାଇଁ ଥିଲେ ଚର୍ଚ୍ଚାରେ

author img

By

Published : Jun 29, 2023, 10:01 AM IST

ବିଭିନ୍ନ ସରକାରୀ କାର୍ଯ୍ୟରେ ଅଭିନବ ପଦକ୍ଷେପ ପାଇଁ ଚର୍ଚ୍ଚାରେ ଥିବା ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଚଳିତ ମାସ ଶେଷ ସପ୍ତାହରେ ଅବସର ନେବେ। ଜିଲ୍ଲାରେ ସାମାଜିକ ସୁରକ୍ଷା, ଉପାନ୍ତ ଅଞ୍ଚଳର ବିକାଶ, ଜୀବନ ଜୀବିକା, ଅସହାୟ ହିତାଧିକାରୀ ଏବଂ ରୋଗୀଙ୍କ ସହାୟତାକୁ ସେ ପ୍ରାଥମିକତା ଦେଇଥିଲେ । ଅଧିକ ପଢନ୍ତୁ

ଅବସର ନେବେ ବୌଦ୍ଧ ଜିଲ୍ଲାପାଳ
ଅବସର ନେବେ ବୌଦ୍ଧ ଜିଲ୍ଲାପାଳ
ଅବସର ନେବେ ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ: ଆଉ ମାତ୍ର କିଛି ଘଣ୍ଟା ପରେ ଅବସର ଗ୍ରହଣ କରିବେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ । ତେବେ ତାଙ୍କ 10 ମାସର ଦାୟିତ୍ୱ ମଧ୍ୟରେ ରେଡକ୍ରସ ଅର୍ଥ ସଂଗ୍ରହ ଓ ଗରିବ ଅସହାୟଙ୍କୁ ସହାୟତା କ୍ଷେତ୍ରରେ ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି ବୌଦ୍ଧ ଜିଲ୍ଲା । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଚଳିତ ମାସ ଶେଷରେ ଅବସର ଗ୍ରହଣ କରିବାକୁ ଥିବାବେଳେ ତାଙ୍କ ଶେଷ ଜନଶୁଣାଣିରେ ପହଞ୍ଚି ଶତାଧିକ ଗରିବ, ଅସହାୟ, ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ରୋଗୀଙ୍କୁ ସରକାରୀ ସହାୟତା ଯୋଗାଇ ଦେଇଥିଲେ । ଏହାଛଡା 'ଗାଁକୁ ଚାଲ' ଅଭିଯାନ ମାଧ୍ୟମରେ ହିତାଧିକାରୀ ଓ ସରକାରଙ୍କ ବିଭିନ୍ନ ଯୋଜନାରେ ଥିବା ଅନ୍ତରାୟକୁ ହ୍ରାସ କରିବାରେ ପ୍ରଚେଷ୍ଟା କରିଥିଲେ ଜିଲ୍ଲାପାଳ ।

ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଭାବରେ ସତ୍ୟ ରଞ୍ଜନ ସାହୁ ଗତ ଅଗଷ୍ଟ ମାସ 14 ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେତେବେଳେ ବୌଦ୍ଧ ଜିଲ୍ଲାର ଅଧିକାଂଶ ଅଞ୍ଚଳ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବାବେଳେ ପ୍ରଥମ ଦିନରୁ ହିଁ ଜିଲ୍ଲାପାଳ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତଦାରଖ କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ସେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିବ ବେଳେ ବିଭିନ୍ନ ପ୍ରସଙ୍ଗରେ କଠୋର ନିଷ୍ପତ୍ତି ମଧ୍ୟ ଗ୍ରହଣ କରିଥିଲେ । ଜିଲ୍ଲାରେ ସାମାଜିକ ସୁରକ୍ଷା, ଉପାନ୍ତ ଅଞ୍ଚଳର ବିକାଶ, ଜୀବନ ଜୀବିକା, ଅସହାୟ ହିତାଧିକାରୀ ଏବଂ ରୋଗୀଙ୍କ ସହାୟତାକୁ ସେ ପ୍ରାଥମିକତା ଦେଇଥିଲେ ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଢେଣୀଗଡ ପଞ୍ଚାୟତରେ ତାଙ୍କ ପ୍ରଥମ ଜନଶୁଣାଣୀ ଅନୁଷ୍ଠିତ ହୋଇଥିବାବେଳେ ଗତ ସୋମବାର ତାଙ୍କ ଅବସର ଗ୍ରହଣର ଶେଷ ଜନଶୁଣାଣି ଲୁଣିବାହାଲ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର କେତେକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଦୁଇ ଦିନ ତଳେ ମଧ୍ୟ ଜିଲ୍ଲାପାଳ କଣ୍ଟାମାଳ ବ୍ଲକର ଜଣେ ମହିଳା ଯନ୍ତ୍ରୀଙ୍କୁ ନିଲମ୍ବିତ କରିବା ସହିତ 33 ଜଣ ପିଇଓଙ୍କୁ ବିଭିନ୍ନ ପଞ୍ଚାୟତରୁ ବଦଳି କରି କାର୍ଯ୍ୟ କ୍ଷେତ୍ରରେ ସ୍ବଚ୍ଛତା ପାଇଁ ପ୍ରଚେଷ୍ଟା କରିଛନ୍ତି । ଯାହାକୁ ନେଇ ଜିଲ୍ଲାପାଳଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ଜଟଣୀବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଚାକିରି ଛାଡିଲି: ମନ୍ମଥ ରାଉତରାୟ

ଏହାସହ ଅସହାୟଙ୍କୁ ସରକାରୀ ସହାୟତା ଯୋଗାଇବା, ପାନୀୟଜଳ ଯୋଗାଣ, ସାମାଜିକ ସୁରକ୍ଷା, ମହିଳା ସଶକ୍ତିକରଣ, ରାସ୍ତାଘାଟର ଉନ୍ନତିକରଣ ଉପରେ ଜିଲ୍ଲାପାଳ ବିଶେଷ ଫୋକସ କରିଥିଲେ । ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଜଳସେଚନ, ଯୋଗାଯୋଗ ଓ କିଡନୀ ରୋଗର ସମସ୍ୟାକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି । ସେପଟେ ଗତ ଦୁଇ ଦିନ ଧରି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବିଭିନ୍ନ ସ୍ଥାନରେ ପହଞ୍ଚି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ତଥା ସମୀକ୍ଷା କରିଥିବା ଦେଖିବାକୁ ମିଳିଛି । ତେବେ ବୌଦ୍ଧ ଜିଲ୍ଲାପାଳଙ୍କ ଦଶ ମାସର ଦାୟିତ୍ୱ ମଧ୍ୟରେ ପ୍ରଶାସନିକ କ୍ଷେତ୍ରରେ ଅନେକ ସଂସ୍କାର ମୂଳକ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.