ETV Bharat / state

ବୌଦ୍ଧ ଜିଲ୍ଲା ମହୋତ୍ସବ: ଜିଲ୍ଲାପାଳଙ୍କ ଢେମସା ନୃତ୍ୟରେ ଦୁଲୁକିଲା ମଞ୍ଚ - ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ

ବୌଦ୍ଧ ଜିଲ୍ଲା ମହୋତ୍ସବ ଲୋକ ନୃତ୍ୟ ଓ ଲୋକ ବାଦ୍ୟରେ ଦୁଲୁକିଲା । ଶେଷରେ ଲୋକ ନୃତ୍ୟରେ ବିହ୍ବଳ ହୋଇ ଜିଲ୍ଲାପାଳ ଓ ଏସପି ମଧ୍ୟ କଳାକାରଙ୍କ ସହ ତାଳରେ ତାଳ ମିଶାଇ ନାଚିଲେ ଢେମସା। ଅଧିକ ପଢନ୍ତୁ...

collector-dhemsa-dance-boudha-zilla-mahastabha
ଫଟୋ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ
author img

By

Published : Jan 5, 2020, 8:58 AM IST

ବୌଦ୍ଧ: ଲୋକ ନୃତ୍ୟ ଓ ଲୋକ ବାଦ୍ୟରେ ଦୁଲୁକିଲା ବୌଦ୍ଧ ଜିଲ୍ଲା ମହୋତ୍ସବ । ଶେଷରେ ଲୋକ ନୃତ୍ୟରେ ବିହ୍ବଳ ହୋଇ ଜିଲ୍ଲାପାଳ ଓ ଏସପି ମଧ୍ୟ କଳାକାରଙ୍କ ସହ ତାଳରେ ତାଳ ମିଶାଇ ନାଚିଲେ ଢେମସା ।

ବୌଦ୍ଧର ଗୌତମ ବୁଦ୍ଧ ମଣ୍ଡପରେ ଚାଲିଥିବା ଜିଲ୍ଲା ଲୋକ ମହୋତ୍ସବର ଶନିବାର ତୃତୀୟ ସଂଧ୍ୟାରେ ଲୋକନୃତ୍ୟରେ ମଞ୍ଚ ଦୁଲୁକିଲା । ତୃତୀୟ ଦିବସର ମୁଖ୍ୟ ଅତିଥି ଭାବରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ତଥା ସମ୍ମାନୀତ ଅତିଥି ରୂପେ ହାସ୍ୟ ଚଳଚ୍ଚିତ୍ର ଅଭିନେତା ଜୟୀରାମ ସାମଲ ,କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଓ ବୌଦ୍ଧର ପୂର୍ବତନ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଜୟୀଙ୍କ ହାସ୍ୟ ସହିତ ମ୍ୟାଜିକ ସୋ ଦର୍ଶକଙ୍କୁ ବାନ୍ଧି ରଖିଥିଲା । କିନ୍ତୁ ମଞ୍ଚରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରଙ୍କ ଲୋକନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା ।

ବୌଦ୍ଧ ଜିଲ୍ଲା ମହୋତ୍ସବ : ଜିଲ୍ଲାପାଳଙ୍କ ଢେମସାରେ ଦୁଲୁକିଲା ମଞ୍ଚ

ଶେଷରେ ରାୟଗଡା କଳାକାରଙ୍କ ଦ୍ବାରା ପରିବେଷିତ ଢେମସା ନୃତ୍ୟର ଆକର୍ଷଣ ପ୍ରଶାସନିକ ଅଧିକାରୀଙ୍କୁ ରୋକିପାରିନଥିଲା । ମଞ୍ଚ ସମ୍ମୁଖରେ ଢେମସା ନୃତ୍ୟର ତାଳେ ତାଳେ କଳାକାରଙ୍କ ସହ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ ଓ ପିଡି ସୂର୍ଯ୍ୟ ନାରାୟଣ ଦାସ ତାଳରେ ତାଳ ମିଶାଇ ନାଚିଲେ । ବୌଦ୍ଧ ଜିଲ୍ଲାର କଳା,ସଂସ୍କୃତି ଓ ପରମ୍ପରାକୁ ସମସ୍ତ କଳାକାର ଓ ମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଲୋକ ନୃତ୍ୟ ଓ ଲୋକ ବାଦ୍ୟ ରେ ଦୁଲୁକିଲା ଗୌତମ ବୁଦ୍ଧ ମଣ୍ଡପ । ଶେଷରେ ଲୋକ ନୃତ୍ୟ ରେ ବିହ୍ବଳ ହୋଇ ଜିଲ୍ଲାପାଳ ଓ ଏସପି ମଧ୍ୟ କଳାକାର ଙ୍କ ସହ ତାଳରେ ତାଳ ମିଶାଇଲେ ।
ବୌଦ୍ଧ ର ଗୌତମ ବୁଦ୍ଧ ମଣ୍ଡପ ରେ ଚାଲିଥିବା ଜିଲ୍ଲା ଲୋକ ମହୋତ୍ସବ ର ଶନିବାର ତୃତୀୟ ସଂଧ୍ୟାରେ ଲୋକନୃତ୍ୟ ରେ ମଞ୍ଚ ଦୁଲୁକିଲା ।ତୃତୀୟ ଦିବସର ମୁଖ୍ୟ ଅତିଥି ଭାବରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ତଥା ସମ୍ମାନୀତ ଅତିଥି ରୂପେ ହାସ୍ୟ ଚଳଚ୍ଚିତ୍ର ଅଭିନେତା ଜୟୀରାମ ସାମଲ ,କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଓ ବୌଦ୍ଧ ର ପୂର୍ବତନ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।ଜୟୀଙ୍କ ହାସ୍ୟ ସହିତ ମ୍ୟାଜିକ ସୋ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।କିନ୍ତୁ ମଞ୍ଚ ରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରଙ୍କ ଲୋକନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା ।ପରିସ୍ଥିତି ଏପରି ହେଲା ଯେ ରାୟଗଡା କଳାକାର ଙ୍କ ଦ୍ବାରା ପରିବେଷିତ ଢେମସା ନୃତ୍ୟର ଆକର୍ଷଣ ପ୍ରଶାସନିକ ଅଧିକାରୀ ଙ୍କୁ ରୋକି ପାରି ନଥିଲା ।ମଞ୍ଚ ସମ୍ମୁଖରେ କଳାକାର ଙ୍କ ସହିତ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ ଓ ପିଡି ସୂର୍ଯ୍ୟ ନାରାୟଣ ଦାସ ତାଳରେ ତାଳ ମିଶାଇ ନାଚିଲେ ।ବୌଦ୍ଧ ଜିଲ୍ଲାର କଳା,ସଂସ୍କୃତି ଓ ପରମ୍ପରା କୁ ସମସ୍ତ କଳାକାର ଓ ମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ ।

Body:ଢେମସା ନୃତ୍ୟର ତାଳେ ତାଳେ କଳାକାର ଙ୍କ ସହ ନାଚିଲେ ଜିଲ୍ଲାପାଳ

Conclusion:ବାଇଟ-୧-ସୁଶାନ୍ତ ସିଂ,ଶ୍ରମ ମନ୍ତ୍ରୀ
ବାଇଟ-୨-ଭିମସେନ ନାଏକ, କଳାକାର, ରାୟଗଡା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.