ETV Bharat / state

'ସ୍କୁଟର' ଯୋଜନାର ଶୁଭାରମ୍ଭ, ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ମହିଳା ପାଇଲେ ସ୍କୁଟର

author img

By ETV Bharat Odisha Team

Published : Oct 11, 2023, 9:27 PM IST

ମିଶନଶକ୍ତି 'ସ୍କୁଟର ଯୋଜନା' ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ ଲକ୍ଷ ଟଙ୍କା ମୂଲ୍ୟର ସ୍କୁଟର ଋଣ ପ୍ରଦାନ । ଅଧିକ ପଢନ୍ତୁ

'ସ୍କୁଟର' ଯୋଜନାର ଶୁଭାରମ୍ଭ ,ପ୍ରଥମ ପର୍ଯ୍ଯୟରେ ୧୫ ହଜାର ମହିଳା ପାଇଲେ ସ୍କୁଟର

ଭୁବନେଶ୍ବର: ରାଜ୍ୟରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ ନେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ "ମିଶନ ଶକ୍ତି ସ୍କୁଟର ଯୋଜନା" ର ଶୁଭାରମ୍ଭ କରିଛନ୍ତି । ମିଶନ ଶକ୍ତି ଯୋଜନାରେ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ସିଆରପି,ଏମବିକେ ଓ ବ୍ୟାଙ୍କ ମିତ୍ର ମହିଳା ମାନଙ୍କୁ ଏହି ସ୍କୁଟର ଯୋଜନାରେ ସାମିଲ କରାଯାଇଥିବା ବେଳେ ବ୍ଲକ ସ୍ତରୀୟ ଫେଡରେସନ (BLF) ରେ କାମ କରୁଥିବା ମହିଳା ମାନଙ୍କୁ ୧ ଲକ୍ଷ ଟଙ୍କା ମୁଲ୍ୟର ସ୍କୁଟର ଋଣ ପ୍ରଦାନ ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ସ୍କୁଟର ନେଉଥିବା ମହିଳାମାନେ ୪ ବର୍ଷ ସମୟ ମଧ୍ୟରେ ଏହି ଋଣ ଟଙ୍କା ସୁଝିବାକୁ ଥିବା ବେଳେ ବ୍ୟାଙ୍କର ସୁଧ ରାଜ୍ୟ ସରକାର ହିଁ ପ୍ରଦାନ କରିବେ। ମୋଟ 48ଟି କିସ୍ତିରେ ମହିଳାମାନେ ଏହି ଏକ ଲକ୍ଷ ଟଙ୍କାର ଋଣକୁ ସୁଝିବେ ଏବଂ ସୁଧ ବାବଦୀୟ କୌଣସି ଅର୍ଥ ଦେବାକୁ ପଡୁ ନଥିବାରୁ ବେଶ ଉତ୍ସାହିତ ମିଶନ ଶକ୍ତି ସଦସ୍ୟ ।

ଆଜି କେନ୍ଦ୍ରାପଡା ଜିଲ୍ଲାର ୩୩୮ଜଣ ମହିଳାଙ୍କୁ ସ୍କୁଟର ପ୍ରଦାନ କରାଯାଇଛି । ଏହି ଯୋଜନାରେ ସାମିଲ ହେବା ପାଇଁ ଜିଲ୍ଲାର ୯ଟି ବ୍ଳକର ମୋଟ ୨୩୧୬ ଜଣ ମହିଳା ଆବେଦନ କରିଥିବା ବେଳେ ୪୫୮ଜଣ ମହିଳାଙ୍କ ଏହି ଆବେଦନ ମଞ୍ଜୁର ହୋଇଛି ଓ ୩୩୮ଜଣ ମହିଳାଙ୍କୁ ଋଣ ପ୍ରଦାନ କରାଯାଇ ସେମାନେ ସ୍କୁଟର କିଣିଥିବା ଜିଲ୍ଲା ମିଶନ ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମହାକାଳପଡ଼ା ବ୍ଳକରୁ ସର୍ବାଧିକ ୪୧୬ଜଣ ମହିଳା ମିଶନ ଶକ୍ତି ସ୍କୁଟର ପାଇଁ ଆବେଦନ କରିଥିବା ବେଳେ ତନ୍ମଧ୍ୟରୁ ମୋଟ ୬୦ ଜଣ ମହିଳାଙ୍କୁ ଏହି ସ୍କୁଟର ପ୍ରଦାନ କରାଯାଇଛି । ସେହିଭଳି ବୌଦ୍ଧ ଏବଂ କଳାହାଣ୍ଡିରେ ମଧ୍ୟ ମହିଳାମାନଙ୍କୁ ସ୍କୁଟର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଗତି ହିଁ ଶକ୍ତି: ସ୍କୁଟର ଯୋଜନାର ଶୁଭାରମ୍ଭ, ୨ ଲକ୍ଷ ମିଶନ ଶକ୍ତି ମହିଳା ପାଇବେ ଋଣ

ବୌଦ୍ଧ ଜିଲ୍ଲାରେ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ମିଶନ ଶକ୍ତି ସହ ଜଡିତ ମହିଳାଙ୍କୁ ଏହି ଯୋଜନା ଅନ୍ତର୍ଗତ ସ୍କୁଟି ପ୍ରଦାନ କରାଯାଇଥିଲା । ଗତ ୨୦୦୧ ମସିହାରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ବର୍ତ୍ତମାନ ସମୟରେ ମହିଳା ଗୋଷ୍ଠୀଙ୍କ ପାଇଁ ଯୁଗାନ୍ତକାରୀ ଶସକ୍ତିକରଣ ହୋଇପାରିଛି । ଆଜି ଓଡ଼ିଶାର ସତୁରି ଲକ୍ଷ ମହିଳା ଏସଏଚଜି ଗୋଷ୍ଠୀ ଏସ ଏମଇରେ ପରିବର୍ତ୍ତିତ ହେବାକୁ ଯାଉଛନ୍ତି । ଜିଲ୍ଲାର ୩ଟି ବ୍ଲକର ସମୁଦାୟ ୧୧୨ ଜଣ ମିଶନ ଶକ୍ତିର ମହିଳାଙ୍କୁ ଏହି ସ୍କୁଟି ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି ।

ସେହିଭଳି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସଚିନ ପାୱାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବିସିସି ବ୍ୟାଙ୍କ୍ ସଭାପତି ଗିରିଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୩୬୦ ଜଣ ମହିଳାଙ୍କୁ ସ୍କୁଟି ପ୍ରଦାନ କରାଯାଇଥିବା ବେଳେ ଆହୁରି ୭ଶହ ମହିଳାଙ୍କ ପାଇଁ ଦ୍ଵିତୀୟ ପର୍ଯ୍ୟାୟର ସ୍କୁଟି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସୂଚନା ଦେଇଥିଲେ ।

ଇଟିଭି ଭାରତ, କଳହାଣ୍ଡି, ବୌଦ୍ଧ ଓ କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.