ETV Bharat / state

ବୌଦ୍ଧରେ ଶିଶୁ ମହୋତ୍ସବ ପତାଙ୍ଗୀ ପାଳିତ

ବୌଦ୍ଧରେ ଶିଶୁ ମହୋତ୍ସବ ପତାଙ୍ଗୀ ପାଳିତ । ଶିଶୁ ଦିବସ ଅବସରରେ ବୌଦ୍ଧ କଚେରୀ ପଡିଆରେ ଶିଶୁ ମହୋତ୍ସବ ପତାଙ୍ଗୀ ପାଳିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ବୌଦ୍ଧରେ ଶିଶୁ ମହୋତ୍ସବ ପତାଙ୍ଗୀ ପାଳିତ
ବୌଦ୍ଧରେ ଶିଶୁ ମହୋତ୍ସବ ପତାଙ୍ଗୀ ପାଳିତ
author img

By

Published : Nov 16, 2022, 4:10 PM IST

ବୌଦ୍ଧ : ବୌଦ୍ଧରେ ଶିଶୁ ମହୋତ୍ସବ ପତାଙ୍ଗୀ ପାଳିତ । ଶିଶୁ ଦିବସ ଅବସରରେ ବୌଦ୍ଧ କଚେରୀ ପଡିଆରେ ଶିଶୁ ମହୋତ୍ସବ ପତାଙ୍ଗୀ ପାଳନ କରାଯାଇଛି । (Children festival patangi celebrated in Boudh) । ଉତ୍ସବରେ ବୌଦ୍ଧ ଜିଲ୍ଲାପାଳ, ଏସପି, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ । ମହୋତ୍ସବରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା କୁନି କୁନି ଛାତ୍ରଛାତ୍ରୀଙ୍କ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ।

ବୌଦ୍ଧରେ ଶିଶୁ ମହୋତ୍ସବ ପତାଙ୍ଗୀ ପାଳିତ

ଖେଳକୁଦ, ନାଚ,ଗୀତ, ଚିତ୍ରାଙ୍କନ ଓ ଝୋଟି ଭଳି ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କାର ଦିଆଯାଇଥିଲା (Children festival patangi )। ସେହିପରି କଣ୍ଟାମାଳ ଠାରେ ମଧ୍ୟ ହରିଶଙ୍କର କଳା ମଣ୍ଡପରେ ଦୁଇ ଦିନିଆ ଶିଶୁ ପ୍ରତିଭା ଅନ୍ବେଷଣ ଅନୁଷ୍ଠିତ ହୋଇଛି । ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ । ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ (patangi celebrated in Boudh)।

ଶିଶୁ ମହୋତ୍ସବର ଆୟୋଜକ ରାଜେନ୍ଦ୍ର ମେହେର କହିଛନ୍ତି, ''ଓଏସସି ଦୀର୍ଘ ୨୯ ବର୍ଷର ଯାତ୍ରା ମଧ୍ୟରେ ପ୍ରତିବର୍ଷ ପିଲାଙ୍କ ପାଇଁ ଶିଶୁ ଦିବସ ପାଳନ କରିଥାଏ । ଏହାକୁ ପରବର୍ତ୍ତୀ ସମୟରେ ଆମେ ଜିଲ୍ଲାର ୩ଟି ବ୍ଲକରେ ଚାଇଲଡ ରାଇଟ ଉଇକ (Child right week) ଭାବେ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରୁଛୁ । ଏହି କାର୍ଯ୍ଯକ୍ରମରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।''

ସେହିପରି ଶିଶୁ ମହୋତ୍ସବର ସଂପାଦକ ପୂର୍ଣ୍ଣଚରଣ ସାହୁ କହିଛନ୍ତି, ''ଏଥିରେ ଶିଶୁ ଅନ୍ବେଷା ପ୍ରତିଭା କାର୍ଯ୍ୟକ୍ରମ ରଖାଯାଇଛି । ଯାହାଦ୍ବାରା ଶିଶୁ ମାନଙ୍କ ଭିତରେ ଲୁକ୍କାୟିତ ହୋଇ ରହିଥିବା ଗୁଣକୁ ସେ ପ୍ରକାଶ କରିପାରିବେ । ତେବେ ଏହା ବ୍ଲକସ୍ତରୀୟ କାର୍ଯ୍ୟକ୍ରମ କରାଯାଇଛି ।''

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.