ETV Bharat / state

ବଦଳିଛି ସମୟ, ହେଲେ ବଦଳୁନି ଚିନ୍ତାଧାରା - ଛୁଆଁ ଅଛୁଆଁ ଭେଦଭାବ

ବୌଦ୍ଧରେ ଏବେବି ବଢି ଚାଲିଛି ଛୁଆଁ ଅଛୁଆଁର ଭେଦଭାବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 21, 2019, 11:36 AM IST

ବୌଦ୍ଧ: ସ୍ବାଧୀନତାକୁ ପୁରିଛି 72 ବର୍ଷ । ହେଲେ ଏବେବି ଦୂର ହୋଇପାରିନି ଛୁଆଁ ଅଛୁଆଁ ଭେଦଭାବ । ସମାଜର ତଳ ବର୍ଗରେ ବସବାସ କରୁଥିବା ନିରୀହ ଆଦିବାସୀଙ୍କୁ ସରକାରୀ ତଥା ସର୍ବ ସାଧାରଣ ସ୍ଥାନରେ ବାରଣ କିମ୍ବା ଘୃଣା କରିବା ଉପରେ କଡାକଡି ଆଇନ ରହଛି । ହେଲେ ଜିଲ୍ଲାର ଲକ୍ଷ୍ମୀପଦର ଗାଁରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ ହୋଇଛି ।

ଅଭିଯୋଗନୁଯାୟୀ, ନୂଆପାଲୀ, ଜାମୁପାଲୀ ଓ ଲକ୍ଷ୍ମୀପଦର ଭଳି ଗାଁର ମିଳିତ ସ୍ଥାନରେ ରହିଛି ଏକ ଆଦିବାସୀ ବସ୍ତି ।
ଏଠାରେ ପାନୀୟ ଜଳର କୌଣସି ସୁବନ୍ଦୋବସ୍ତ ନଥିବାରୁ ଏଠାକାର ବାସିନ୍ଦା ପଡୋଶୀ ଲକ୍ଷ୍ମୀ ପଦର ଗାଁକୁ ନଳକୂପର ପାଣି ପାଇଁ ଯାଆନ୍ତି । ନଚେତ 3 କିଲୋମିଟର ଦୂରରେ ଥିବା ସାଲୁଙ୍କୀ ନଦୀରୁ ପାଣି ଆଣି ବ୍ୟବହାର କରନ୍ତି । କିନ୍ତୁ ପଡୋଶୀ ଲକ୍ଷ୍ମୀ ପଦର ଗାଁରୁ ପାଣି ଆଣିଲେ ସେମାନଙ୍କୁ ଘୃଣା କରି ବାରଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସାଲୁଙ୍କୀ କେନାଲରେ ଚାଷ ନିମନ୍ତେ ଦୂଷିତ ପାଣି ଆସୁଥିଲେ ମଧ୍ୟ ସେମାନେ ବାଧ୍ୟ ହୋଇ ଉକ୍ତ ପାଣିକୁ ଗାଧୋଇବା ଓ ପିଇବା ପାଇଁ ବ୍ୟବହାର କରିଥାନ୍ତି । ସେହି କେନାଲରେ ମଧ୍ୟ କୌଣସି ଘାଟ ଭଳି ପାହାଚ ନଥିବାରୁ ଅନେକ ସମୟରେ ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବସ୍ତି ବାସିନ୍ଦା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସ୍ବାଧୀନତା ର ବାସ୍ତୋରି ବର୍ଷ ପରେ ମଧ୍ୟ ଦୂର ହୋଇପାରିନି ଛୁଆଁ ଅଛୁଆଁ ଭେଦଭାବ ।ସମାଜର ତଳ ବର୍ଗରେ ବସବାସ କରୁଥିବା ନିରୀହ ଆଦିବାସୀ ଙ୍କୁ ସରକାରୀ ତଥା ସର୍ବ ସାଧାରଣ ସ୍ଥାନରେ ବାରଣ କିମ୍ବା ଘୃଣା କରିବା ଉପରେ କଡାକଡି ଆଇନ ରହିଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀପଦର ଗ୍ରାମରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ ହୋଇଛି ।ଅଭିଯୋଗ ପ୍ରକାରେ ନୂଆପାଲି, ଜାମୁପାଲି ଓ ଲକ୍ଷ୍ମୀପଦର ଗ୍ରାମ ତିନୋଟି ର ମିଳିତ ସ୍ଥାନରେ ରହିଛି ଏକ ଆଦିବାସୀ ବସ୍ତି ।ଏଠାରେ ପାନୀୟ ଜଳର କୌଣସି ସୁବନ୍ଦୋବସ୍ତ ନଥିବାରୁ ଏଠାକାର ବାସିନ୍ଦା ପଡୋଶୀ ଲକ୍ଷ୍ମୀ ପଦର ଗ୍ରାମ ସ୍ଥିତ ନଳକୂପରୁ କିମ୍ବା ତିନି କିଲୋମିଟର ଦୂରରେ ଥିବା ସାଲୁଙ୍କୀ ନଦୀରୁ ପାଣି ଆଣି ବ୍ୟବହାର କରନ୍ତି ।କିନ୍ତୁ ପଡୋଶୀ ଲକ୍ଷ୍ମୀ ପଦର ଗାଁ ରୁ ପାଣି ଆଣିଲେ ସେମାନଙ୍କୁ ଘୃଣା କରି ବାରଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।ସାଲୁଙ୍କୀ କେନାଲରେ ଚାଷ ନିମନ୍ତେ ଦୂଷିତ ପାଣି ଆସୁଥିଲେ ମଧ୍ୟ ସେମାନେ ବାଧ୍ୟ ହୋଇ ଉକ୍ତ ପାଣିକୁ ଗାଧୋଇବା ଓ ପିଇବା ପାଇଁ ବ୍ୟବହାର କରିଥାନ୍ତି ।ସେହି କେନାଲରେ ମଧ୍ୟ କୌଣସି ଘାଟ ଭଳି ପାହାଚ ନଥିବାରୁ ଅନେକ ସମୟରେ ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି ।ତୁରନ୍ତ ଏଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବୀ ହୋଇଛି ।

Body:ଆଦିବାସୀ ଙ୍କୁ ନଳକୂପରୁ ପାଣି ନେବାକୁ ବାରଣ ଅଭିଯୋଗ ।

Conclusion:ବାଇଟ-୧-ଦେବକୀ କହଁର, ନୂଆପାଲିବାସୀ
ବାଇଟ-୨-ବାସନ୍ତୀ ମହାନନ୍ଦିଆ, ନୂଆପାଲିବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.