ETV Bharat / state

ବଜ୍ର କ୍ଷେତ୍ରରେ କାଳିଆର ରଥଯାତ୍ରା, ଶତାଧିକ ଭକ୍ତଙ୍କ ସମାଗମ

ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟିର ମିଳିତ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହେଲା ରଥଯାତ୍ରା ।

author img

By

Published : Jul 4, 2019, 10:20 PM IST

ଫଟୋ ସୌଜନ୍ୟ: ପ୍ରତିନିଧି. ବୌଦ୍ଧ

ବୌଦ୍ଧ: ବଜ୍ର କ୍ଷେତ୍ର ବୌଦ୍ଧରେ ସମାପନ ହେଲା ଶ୍ରୀ ଗୁଣ୍ଡିଚା ଯାତ୍ରା । ସମ୍ପୂର୍ଣ୍ଣ ଶ୍ରୀ ମନ୍ଦିର ଶୈଳୀରେ ଅନୁଷ୍ଠିତ ଏହି ଗଣପର୍ବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ଥିଲା । ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟିର ମିଳିତ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ରଥ ଟଣା ଓ ଚତୁର୍ଦ୍ଧା ବିଗ୍ରହଙ୍କ ମାଉସୀ ମା ମନ୍ଦିରରେ ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି. ବୌଦ୍ଧ

ବଜ୍ର କ୍ଷେତ୍ର ଭାବରେ ପରିଚିତ ଶ୍ରୀ ଜଗନ୍ନାଥଙ୍କ ପାତାଳୀ ଭୂମି ବୌଦ୍ଧରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ଗୁଣ୍ଡିଚା ଯାତ୍ରା ସମାପନ ହୋଇଥିଲା । ବ୍ରାହ୍ମଣ ସେବାୟତମାନେ ବିଗ୍ରହଙ୍କୁ ପହଣ୍ଡି କରି ରଥାରୁଢ କରିଥିଲେ । ଅପରାହ୍ନ 5ଟାରେ ବୌଦ୍ଧ ରାଜା ଦେବେନ୍ଦ୍ର ପ୍ରସାଦ ଦେବ ରଥରେ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ । ଆଜି ପାଗ ଅନୁକୂଳ ଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ବୌଦ୍ଧ ପ୍ରସିଦ୍ଧ ରଥଯାତ୍ରାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ, ଉପଜିଲ୍ଲାପାଳ ଏନସି ଜ୍ୟୋତି ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ରଥଟଣା କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:x

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.