ETV Bharat / state

କାର-ପଲସର ମୁହାଁମୁହିଁ ଧକ୍କା, ଜଣେ ମୃତ - bou-accid-deathବୌଦ୍ଧ-ଦୁର୍ଘଟଣା-ମୃତ୍ୟୁ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ସୋମବାର ଦୁଇଟି ପୃଥକ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

କାର-ପଲସର ମୁହାଁମୁହିଁ ଧକ୍କା, ଜଣେ ମୃତ
କାର-ପଲସର ମୁହାଁମୁହିଁ ଧକ୍କା, ଜଣେ ମୃତ
author img

By

Published : Jun 29, 2020, 9:13 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ସୋମବାର ଦୁଇଟି ପୃଥକ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ସମ୍ବଲପୁରରୁ ବୌଦ୍ଧ ନିକଟସ୍ଥ ତେତେଲେଙ୍ଗା ଗାଁକୁ କାରରେ ଫେରୁଥିବା ଏକ ପରିବାର ଗାଁ ଠାରୁ ଅଳ୍ପ ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ବୌଦ୍ଧ ପଟରୁ ଆସୁଥିବା ଏକ ପଲସର ସହ ମୁହାଁମୁହିଁ ଧକ୍କା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗୁଢିଆଳୀ ଗାଁର ତ୍ରିଲୋଚନ ପ୍ରଧାନ ବୋଲି ସୂଚନା ମିଳିଛି । ବାଇକରେ ବସିଥିବା ଅନ୍ୟ ଦୁଇ ଜଣଙ୍କ ସମେତ କାରରେ ବସିଥିବା ସୁଶାନ୍ତ ଦେଓ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ସେହିପରି ରାଜନପାଲି ଛକ ନିକଟରେ ଅନ୍ୟ ଏକ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ବଢୁଥିବା ଦୁର୍ଘଟଣା ଓ ମୃତାହତକୁ ନେଇ ସ୍ବେଚ୍ଛାସେବୀ ରାସ୍ତାର ସମସ୍ୟାକୁ ଦାୟୀ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.