ETV Bharat / state

ବଲାଙ୍ଗୀର-ସମ୍ବଲପୁରକୁ ବୌଦ୍ଧରୁ ଗଡିବନି ବସ, ଯାତ୍ରୀ ହନ୍ତସନ୍ତ - bus service close

ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲା ବଲାଙ୍ଗୀର ଓ ସମ୍ବଲପୁରକୁ ବୌଦ୍ଧରୁ ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ । ଯାତ୍ରୀ ହନ୍ତସନ୍ତ । ଅଧିକ ପଢନ୍ତୁ...

ବଲାଙ୍ଗୀର-ସମ୍ବଲପୁରକୁ ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

author img

By

Published : Apr 18, 2021, 3:56 PM IST

ବୌଦ୍ଧ: ଶନିବାର ରାତିରୁ ବୌଦ୍ଧ ସମେତ ସମସ୍ତ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ଅମାନିଆଙ୍କ ଉପରେ ପୋଲିସ କଡା ନଜର ରଖିଛି । ଛତିଶଗଡରେ କୋଭିଡ ସ୍ଥିତି ଅଣାୟତ ହେତୁ ଏହାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ କଟକଣା ଖୁବ୍ କଡାକଡି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲା ବଲାଙ୍ଗୀର ଓ ସମ୍ବଲପୁରକୁ ବୌଦ୍ଧରୁ ସମସ୍ତ ଘରୋଇ ବସ ଚଳାଚଳକୁ ବନ୍ଦ କରିଛି ବୌଦ୍ଧ ଘରୋଇ ବସ ମାଲିକ ସଙ୍ଘ । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବଲାଙ୍ଗୀର-ସମ୍ବଲପୁରକୁ ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ବୌଦ୍ଧ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଉଭୟ ଜିଲ୍ଲାକୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ସେପଟେ ଜିଲ୍ଲା ସୀମାକୁ ଲାଗି ରହିଥିବା ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଭଳି ଜିଲ୍ଲା ଉପରେ ବୌଦ୍ଧ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି । ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ପରେ ବୌଦ୍ଧର ଚାରିଛକ, ପୁରୁଣାକଟକ, ବୌଦ୍ଧ, ବାଉଁଶୁଣି ସାହାଜପାଲ, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ ଭଳି ଅଞ୍ଚଳରେ ପୋଲିସ ପଇଁତରା ମାରିବା ସହ କଟକଣା ମାନୁ ନଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.