ETV Bharat / state

କଟକଣା କୋହଳ ପରେ ଗଡିଲା ସରକାରୀ ବସ

ସ୍ବାଭାବିକ ହେଉଛି ଜନଜୀବନ । ମଙ୍ଗଳବାର ଠାରୁ ଜିଲ୍ଲାରେ ଆରମ୍ଭ ହେଲା ବସ ଚଳାଚଳ । ଅଧିକ ପଢନ୍ତୁ...

author img

By

Published : Jul 7, 2021, 8:07 AM IST

bus running start in boudha after two months
କଟକଣା କୋହଳ ପରେ ଚିନ୍ତାରେ ବସ ମାଲିକ,ଗଡିଲା ସରକାରୀ ବସ

ବୌଦ୍ଧ : କୋରୋନା କଟକଣା କୋହଳ ହେବା ପରେ ଜିଲ୍ଲାରେ ସାମାନ୍ୟ ହେବାରେ ଲାଗିଛି ଜନଜୀବନ । ବୌଦ୍ଧ ଜିଲ୍ଲାରେ ସଂକ୍ରମଣ ହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା ବେଳେ ଜୁଲାଇ ପହିଲାରୁ ବିଭିନ୍ନ ଦୋକାନ ସବୁ ଖୋଲିଛି । ବିଶେଷ ଭାବରେ ଦୀର୍ଘ ଦୁଇ ମାସ ହେଲା କଷ୍ଟରେ ଥିବା ଉଠା ଦୋକାନୀ, ଚାହା ଦୋକାନୀ, ସେଲୁନ ଓ ଅନ୍ୟ ସବୁ ଦୋକାନ ଖୋଲିବା ପରେ ସ୍ବାଭାବିକ ହେଉଛି ଜନଜୀବନ ।

ସେପଟେ ବସ ମଧ୍ୟ ଜିଲ୍ଲାରେ ଗଡିବା ଆରମ୍ଭ ହୋଇଛି । ତେବେ ଡିଜେଲ ଦର ବୃଦ୍ଧି ଓ ଯାତ୍ରୀ ଅଭାବ ଯୋଗୁଁ ବସ ମାଲିକ କ୍ଷତି ସହୁଥିବା ସୂଚନା ମିଳିଛି । ଫଳରେ ବସ କର୍ମଚାରୀଙ୍କୁ ଦରମା ଦିଆଯାଇ ପାରୁନି ।ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବସ ମାଲିସ ଦାବି କରିଛନ୍ତି । ତେବେ ଧିରେ ଧିରେ ପରିସ୍ଥିତି ସୁଧୁରିବ ବୋଲି ସାଧାରଣ ଲୋକ ଆଶା ରଖିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.