ETV Bharat / state

ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସ କର୍ମଚାରୀଙ୍କ ଧାରଣା

author img

By

Published : May 29, 2020, 5:16 PM IST

ଲକଡାଉନ ସମୟରେ ପ୍ରଭାବିତ ହୋଇଥିବା ଘରୋଇ ବସ କର୍ମଚାରୀଙ୍କ ଧାରଣା । କର୍ମଚାରୀଙ୍କୁ କୋରୋନା ସଂକ୍ରମଣର ଭୟ ସର୍ବାଧିକ ଥିବାରୁ ସେମାନଙ୍କ ବିମା କରାଯିବା ସହ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ବସ କର୍ମଚାରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସ କର୍ମଚାରୀଙ୍କ ଧାରଣା
ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସ କର୍ମଚାରୀଙ୍କ ଧାରଣା

ବୌଦ୍ଧ: ବସ କର୍ମଚାରୀଙ୍କ ଦୁଃଖ ନଶୁଣିବା ପର୍ଯ୍ୟନ୍ତ ଘରୋଇ ବସ ଚଳାଇବେ ନାହିଁ କର୍ମଚାରୀ । ଉପଯୁକ୍ତ ବିଚାର କରିବାକୁ ଦାବି କରି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

ଲକଡାଉନ ସମୟରେ ପ୍ରଭାବିତ ହୋଇଥିବା ଘରୋଇ ବସ କର୍ମଚାରୀଙ୍କ ଧାରଣା । ସରକାର ଘରୋଇ ବସ ଚଳାଚଳ ପାଇଁ ଅନୁମତି ଦେଇଥିଲେ ମଧ୍ୟ ବସର କର୍ମଚାରୀଙ୍କ ବିଭିନ୍ନ ଦାବି ନଶୁଣିବା ପର୍ଯ୍ୟନ୍ତ ସେମାନେ ବସ ଚଳାଇବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଶୁକ୍ରବାର ବୌଦ୍ଧ ଜିଲ୍ଲାର ଘରୋଇ ବସରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମିଳିତ ହୋଇ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଉକ୍ତ ଦାବି ଅନୁସାରେ କର୍ମଚାରୀଙ୍କୁ କୋରୋନା ସଂକ୍ରମଣର ଭୟ ସର୍ବାଧିକ ଥିବାରୁ ସେମାନଙ୍କ ବିମା କରାଯିବା ସହ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ସେମାନେ ଗାଡି ଚଳାଇବେ ନାହିଁ ବୋଲି କହିଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.