ETV Bharat / state

ପ୍ରଶାସନିକ ଉଦାସୀନତା, ଅବହେଳିତ ଅବସ୍ଥାରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି - buddha statue neglected by administration

ଅବହେଳିତ ଅବସ୍ଥାରେ ବୌଦ୍ଧରେ ନିର୍ମାଣ ହୋଇଥିବା ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି । ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

buddha park neglected by administration
buddha park neglected by administration
author img

By

Published : Apr 23, 2023, 4:01 PM IST

buddha park neglected by administration

ବୌଦ୍ଧ: ଭଗବାନ ବୁଦ୍ଧଙ୍କୁ ନେଇ ବୌଦ୍ଧ ଜିଲ୍ଲାର ପରିକଳ୍ପନା । ପଶ୍ଚିମ ଓଡିଶାର ପ୍ରବେଶ ପଥ ଭାବରେ ପରିଚିତ ଏହି ଜିଲ୍ଲା । ମହାନଦୀ ଓ ତେଲନଦୀର କୂଳରେ ଅବସ୍ଥିତ ଐତିହାସିକ ବୌଦ୍ଧ ଜିଲ୍ଲାରେ ଗୌତମ ବୁଦ୍ଧଙ୍କ ଅନେକ କୀର୍ତ୍ତି ସୌଧମାନ ରହିଛି । ତେବେ ପ୍ରଶାସନିକ ଉଦାସୀନତା ତଥା ଅବହେଳା ଯୋଗୁଁ ବୌଦ୍ଧ କୀର୍ତ୍ତିରାଜି ଅବହେଳିତ ଅବସ୍ଥାରେ ପଡିରହିଛି । ପଶ୍ଚିମ ଓଡ଼ିଶାର ଦୁଇ ପ୍ରବେଶ ପଥରେ ପ୍ରତିଷ୍ଠା ହୋଇଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଅବହେଳିତ ହୋଇପଡିଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ-G20 ‘future of work’ Exhibition: ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରଥମ ବୌଦ୍ଧ ମୂର୍ତ୍ତିଟି ଜିଲ୍ଲା ସଦର ମହକୁମା ମହାନଦୀ ସେତୁ ଛକ ନିକଟରେ ଓ ଦ୍ବିତୀୟ ଟି ମନମୁଣ୍ଡାର ତେଲନଦୀ କୂଳରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଗତ ଜୁଲାଇ 31 ତାରିଖରେ ଉଦଘାଟନ କରାଯାଇଥିଲା । ଅନ୍ଧାର ରାତିରେ ଉଦଘାଟନ ହୋଇଥିବା ଉକ୍ତ ଦୁଇଟି ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସଦା ସର୍ବଦା ଅନ୍ଧକାର ମଧ୍ୟରେ ରହିଗଲା ଭଳି ମନେ ହେଉଛି । ମନମୁଣ୍ଡାର ତେଲନଦୀ କୂଳରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସହିତ ନିର୍ମାଣ ହୋଇଥିବା ବୁଦ୍ଧ ପାର୍କ ମଧ୍ୟ ଅତ୍ୟନ୍ତ ଅବହେଳିତ ହୋଇ ପଡିରହିଛି । ଉଦଘାଟନ ହେବାର ଦିନ କେଇଟା ପରେ ପାର୍କଟି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ମନମୁଣ୍ଡାର ଉକ୍ତ ପବିତ୍ର ସ୍ଥାନ ତେଲନଦୀ କୂଳରେ ନିର୍ମାଣ ହୋଇଥିବାରୁ ଏହାର ପୁନରୁଦ୍ଧାର କରାନଗଲେ କୌଣସି ସମୟରେ ମଧ୍ୟ ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ: ବିଜେଡିର ମହିଳା କର୍ମୀ ସମ୍ମିଳନୀ, ବିଜେପିର ଆଇନ ଶୃଙ୍ଖଳା ପ୍ରସଙ୍ଗ

ଉକ୍ତ ସ୍ଥାନରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପହଞ୍ଚି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ । ବୌଦ୍ଧ ଓ ମନମୁଣ୍ଡାର ଦୁଇ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସଂଧ୍ୟା ହେଲେ ଅନ୍ଧକାର ମଧ୍ୟରେ ରହିବା ସହିତ ଉକ୍ତ ପବିତ୍ର ସ୍ଥାନ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଯାଉଛି । ପ୍ରଶାସନିକ ଉଦାସୀନତା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଏନେଇ ବୁଦ୍ଧିଜୀବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ-NRRI Foundation Day: ଦୂର ହୋଇଛି ଖାଦ୍ୟ ସଙ୍କଟ, ନୂଆ ସମ୍ଭାବନା ସୃଷ୍ଟି କରୁଛି ଏନଆରଆରଆଇ

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.