ETV Bharat / state

ଗୁଣିଗାରେଡି ସନ୍ଦେହରୁ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ - ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ

ନିଖୋଜ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର । ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ ଅଭିଯୋଗ । ଅଧିକ ପଢନ୍ତୁ

ଗୁଣିଗାରେଡି ସନ୍ଦେହରୁ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ !

author img

By ETV Bharat Odisha Team

Published : Oct 23, 2023, 11:02 PM IST

ଗୁଣିଗାରେଡି ସନ୍ଦେହରୁ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ !

ବୌଦ୍ଧ: ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଗୁଣିଗାରେଡି ସନ୍ଦେହରୁ ହତ୍ୟା ଅଭିଯୋଗ । ମୃତକ ଜଣକ ହେଲେ ହରଭଙ୍ଗା ଥାନା କରୁଣାକର ନାଏକ ବୋଲି ଜଣାପଡିଛି । ଖବର ପାଇ ପୋଲିସ ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ସେ ତଳଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ବାର୍ଦ୍ଧକ୍ୟ ଭତ୍ତା ନେବା ପାଇଁ ଆସିଥିବା ବେଳେ ଆଉ ଘରକୁ ଫେରିନଥିଲେ । କରୁଣାକର ଗୁଣିଗାରେଡି କାର୍ଯ୍ୟ କରୁଥିବା ଯୋଗୁଁ ତାଙ୍କୁ ଏଭଳି ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ ହରଭଙ୍ଗା ଥାନା ଅନ୍ତର୍ଗତ ତଳଗାଁ ପଞ୍ଚାୟତର ଦୁର୍ଗମ ରାଣିସାହି ଗ୍ରାମର କରୁଣାକର ନାଏକ ଗତ ୧୮ ତାରିଖ ଦିନ ତଳଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ୨ ମାସର ବାର୍ଦ୍ଧକ୍ୟ ଭତ୍ତା ନେବା ପାଇଁ ଆସିଥିଲେ । ହେଲେ ଆଉ ସେ ଘରକୁ ଫେରି ନଥିଲେ । ତେବେ ପରିବାର ଲୋକେ କରୁଣାକର ଅନ୍ୟ ସମ୍ପର୍କୀୟମାନଙ୍କ ଘରକୁ ଯାଇଥିବେ ଭାବି ଧ୍ୟାନ ଦେଇନଥିଲେ ।ହେଲେ ହଠାତ୍ ୨ ଦିନ ପରେ କରୁଣାକରଙ୍କ ମୃତ ଶରୀର ଜଙ୍ଗଲର ଏକ ଘାଟି ତଳେ ପଡ଼ିଥିବା ଖବର ପାଇଥିଲେ । ଏହା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲା ।

ଏହା ମଧ୍ୟ ପଢନ୍ତୁ...ASI ଅଲିସ ଲୁଗୁନ ମୃତ୍ୟୁ ମାମଲା: ଅତ୍ୟଧିକ ମାଡ ନୁହେଁ, ଏହି କାରଣରୁ ଯାଇଛି ଜୀବନ

ତେବେ ପରିବାର ଲୋକେ ଅଭିଯୋଗ କରିଛନ୍ତି, କରୁଣାକର ଗୁଣିଗାରେଡି କାର୍ଯ୍ୟ କରୁଥିବା ଯୋଗୁଁ ତାଙ୍କୁ କୌଣସି ଦୁର୍ବୃତ୍ତ ଏଭଳି ହତ୍ୟା କରିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପାର୍ବଣ ସମୟରେ ବୃଦ୍ଧଙ୍କ ଏଭଳି ହତ୍ୟାକାଣ୍ଡକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିବା ବେଳେ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଅନ୍ଧବିଶ୍ୱାସ ଦୂରୀକରଣ କ୍ଷେତ୍ରରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏନେଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ ଏଭଳି ସମୟରେ ଅନ୍ଧବିଶ୍ୱାସ ତଥା ଗୁଣିଗାରେଡି କୁନେଇ ଜଣେ ବୃଦ୍ଧ ତନ୍ତ୍ର ସାଧକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ପାର୍ବଣ ସମୟରେ ମଧ୍ୟ ଅନେକ ଦୁର୍ଗମ ଅଞ୍ଚଳରେ ଅନ୍ଧବିଶ୍ୱାସ ତଥା କୁସଂସ୍କାର ଯୋଗୁଁ ମହାପଶୁ ବଳି ପ୍ରଥା ପ୍ରଚଳନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ...ସନ୍ଦେହଜନକ ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଚାଲିଛି ତଦନ୍ତ

ଈଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.