ETV Bharat / state

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧୋଇଗଲା ସେତୁ

ବୌଦ୍ଧ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ତଥା ତା ଉପରେ ନିର୍ମାଣ ହୋଇଥିବା ସେତୁ ଅତ୍ୟନ୍ତ ନିମ୍ନ ମାନର ହୋଇଯିବାରୁ ସେତୁଟି ସମ୍ପୂର୍ଣ୍ଣ ଧୋଇଯାଇ ଯାତାୟାତର ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ଖବର ପଢନ୍ତୁ...

author img

By

Published : Aug 27, 2020, 7:46 PM IST

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧୋଇଗଲା ସେତୁ
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧୋଇଗଲା ସେତୁ

ବୌଦ୍ଧ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ତଥା ତା ଉପରେ ନିର୍ମାଣ ହୋଇଥିବା ସେତୁ ଅତ୍ୟନ୍ତ ନିମ୍ନ ମାନର ହୋଇଯିବାରୁ ସେତୁଟି ସମ୍ପୂର୍ଣ୍ଣ ଧୋଇଯାଇ ଯାତାୟାତର ସମସ୍ୟା ସୃଷ୍ଟି ହୋଇଛି । ଗତ ତିନିଦିନ ଧରି ଲାଗିରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବୌଦ୍ଧ ବ୍ଲକ ଅନ୍ତର୍ଗତ ଖୁଣ୍ଡବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଚଣ୍ଡିଗଡକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକର ଷଣ୍ଢବାହାଲ ସେତୁ ପ୍ରଖର ବନ୍ୟା ସ୍ରୋତରେ ସମ୍ପୂର୍ଣ୍ଣ ଧୋଇଯାଇଛି । ଗତକାଲି ଅପରାହ୍ନରେ ଚଣ୍ଡିଗଡ ସମେତ ପାଞ୍ଚରୁ ଊର୍ଦ୍ଧ୍ବ ଗ୍ରାମକୁ ସଂଯୋଗ କରୁଥିବା ଏହି ସେତୁଟି ଧୋଇ ଯାଇଥିଲା ।

ସେହି ସ୍ରୋତରେ ଡଙ୍ଗା ଓଲଟି ପାଞ୍ଚ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି । ତେବେ ଏହି ସଂଯୋଗକାରୀ ରାସ୍ତା ଓ ସେତୁ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାରୁ ଏହି ରାସ୍ତା ଓ ସେତୁ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବୌଦ୍ଧ ବିଡିଓ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.