ETV Bharat / state

ଗୋଟିଏ ଡାକ୍ତରଙ୍କ ଭରସାରେ 12 ପଞ୍ଚାୟତବାସୀ - ବୌଦ୍ଧ

ଡାକ୍ତର ଅଭାବ ସାଙ୍ଗକୁ ଘନଘନ ବିଦ୍ୟୁତ କାଟ । ପରିମଳ ବ୍ୟବସ୍ଥା ଠାରୁ ପାନୀୟ ବ୍ୟବସ୍ଥା ଏକପ୍ରକାର ଶୋଚନୀୟ ହୋଇପଡିଥିବା ବେଳେ ହନ୍ତସନ୍ତ ହେଉଛନ୍ତଛି ରୋଗୀ। ଏ ଅଭାବନୀୟ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲାର ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 15, 2019, 2:45 PM IST

Updated : Jun 18, 2019, 10:56 AM IST

ବୌଦ୍ଧ: ଆଶା ଭରସାରେ ଚାଲିଛି ରୋଗୀ ଚିକିତ୍ସା । ଡାକ୍ତର ଅଭାବ ସାଙ୍ଗକୁ ଡାକ୍ତରଖାନାରେ ଘନ ଘନ ବିଦ୍ୟୁତ କାଟ ଓ ପାନୀୟ ଜଳର ଦେଖାଦେଇଛି ସମସ୍ୟା । ଏଭଳି ଅବ୍ୟବସ୍ଥା ଘେରରେ ରହିଛି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ।

ଭିଡି଼ଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

12ଟି ପଞ୍ଚାୟତବାସୀ ଏହି ଚିକିତ୍ସା କେନ୍ଦ୍ର ଉପରେ ଭରସା କରୁଛନ୍ତି । କିନ୍ତୁ ଏଠାରେ ମାତ୍ର ଗୋଟିଏ ଡାକ୍ତର । କେବଳ ଡାକ୍ତର ଅଭାବ ନୁହେଁ, ଘନ ଘନ ବିଦ୍ୟୁତ କାଟକୁ ନେଇ ହସ୍ତସନ୍ତ ହେଉଛନ୍ତି ରୋଗୀ । ଏପରିକି ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।

ସେପଟେ, ଷ୍ଟାଫ କ୍ବାର୍ଟର ଗୁଡି଼କ ଭୂତକୋଠୀ ପାଲଟିଥିବାକୁ ବସିଥିବା ବେଳେ ବର୍ଷ। ଦିନରେ ଅବସ୍ଥା ଆହୁରି ସାଂଘାତିକ ହେବାର ସମ୍ଭାବନା ରହିଛି ।

ତେବେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଆସୁଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ବାରଟି ପଞ୍ଚାୟତର ଭରଷା ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ଥିବା ଜଣାପଡିଛି । ଗୋଟିଏ ଡାକ୍ତର ଓ ଅଳ୍ପ କିଛି କର୍ମଚାରୀଙ୍କ ଭରସାରେ ରୋଗୀ ।

Body:ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବେ ନାନା ସମସ୍ୟା ଦେଇ ଗତିକରୁଛି ।ଘନ ଘନ ବିଦ୍ୟୁତକାଟ ସାଙ୍ଗକୁ ପାନୀୟଜଳ ର ସଙ୍କଟ ରୋଗୀଙ୍କୁ କଲବଲ କରିପକାଇଛି ।ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଜଣେ ମାତ୍ର ଡାକ୍ତର ଭରସାରେ ରୋଗୀ ।ଷ୍ଟାଫ କ୍ବାର୍ଟର ଗୁଡିକ ଭୂତକୋଠୀ ପାଲଟିବାକୁ ବସିଥିବା ବେଳେ ବର୍ଷା ଦିନରେ ଅବସ୍ଥା ଆହୁରି ସାଂଘାତିକ ହୋଇପଡିବ ବୋଲି ଜଣାପଡିଛି ।

Conclusion:ବାଇଟ-୧-ମଙ୍ଗୁଳୁ ଦେହୁରୀ, ରୋଗୀଙ୍କ ସମ୍ପର୍କୀୟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Jun 18, 2019, 10:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.