ETV Bharat / state

ଉଦଘାଟନ ପରେବି ଖାଲି ପଡିଛି ଆଦର୍ଶ କୃଷି ବଜାର, କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତି ଆରମ୍ଭ

କାର୍ଯ୍ୟକ୍ଷମ ହୋଇ ପାରୁନି ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର । ବଜାରରେ ବ୍ୟବସାୟ ନେଇ ଜିଲ୍ଲା ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ଆଲୋଚନା । ଅଧିକ ପଢନ୍ତୁ

author img

By

Published : Apr 27, 2023, 10:40 AM IST

Biju Patnaik Adarsh krushi bazar
Biju Patnaik Adarsh krushi bazar
Biju Patnaik Adarsh krushi bazar

ବୌଦ୍ଧ: ଖାଲି ପଡିଛି ଚାଷୀଙ୍କ ଉଦ୍ଦେଶ୍ୟରେ ତିଆରି ହୋଇଥିବା ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର । ଉଦଘାଟନର 9 ମାସ ପରେ ବି ଏହାର ଲାଭ ଉଠାଇ ପାରିନାହାନ୍ତି ଚାଷୀ । ବୌଦ୍ଧ ଜିଲ୍ଲାର ମର୍ଜାକୁଦ ନିକଟରେ ନିର୍ମାଣ ହୋଇଛି ଏହି ଆଦର୍ଶ କୃଷି ବଜାର । କିନ୍ତୁ କେବଳ ରବିବାର ଦିନ ସାପ୍ତାହିକ ବୁଣାକାର ବଜାର ଏଠାରେ ଖୋଲାଯାଉଥିବା ବେଳେ ଅନ୍ୟ ଦିନ ସମ୍ପୂର୍ଣ୍ଣ ବନ୍ଦ ରହୁଛି । ଏଣୁ ଚାଷୀ ଓ ଚାଷୀର ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ବଜାର ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି ।

ଗତ ଜୁଲାଇ 31 ତାରିଖରେ ମର୍ଜାକୁଦ ସେତୁ ଛକ ନିକଟରେ ପ୍ରାୟ ଚାରି କୋଟି ଟଙ୍କା ବ୍ୟୟରେ ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ଚାଷୀଙ୍କ ପାଇଁ ନିର୍ମାଣ ହୋଇଥିଲା । କିନ୍ତୁ ଉଦଘାଟନର ନ ମାସ ପରେ ମଧ୍ୟ ଏହି କୋଟି କୋଟି ଟଙ୍କାର କୃଷି ବଜାର ସମ୍ପୂର୍ଣ୍ଣ ଖାଲି ପଡିଛି । ତେଣୁ ଏହାକୁ କାର୍ଯ୍ୟକ୍ଷମ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି । ମଙ୍ଗଳବାର ଆଦର୍ଶ କୃଷି ବଜାର ଠାରେ ଆଦର୍ଶ କୃଷି ବଜାରରେ ବ୍ୟବସାୟ ନେଇ ଜିଲ୍ଲା ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ବିସ୍ତାର ଭାବରେ ଆଲୋଚନା କରାଯାଇଥିଲା ।

ସପ୍ତାହରେ ରବିବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ଚାଷୀଙ୍କ ଉତ୍ପାଦିତ ରବିଫସଲ, ପନିପରିବା, ପିଆଜ, ତରଭୁଜ ଭଳି ବିଭିନ୍ନ ସାମଗ୍ରୀର ବିକ୍ରୟ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଏହି ଅବସରରେ ବୌଦ୍ଧ ଆର ଏମସି ପକ୍ଷରୁ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ମୋବାଇଲ ଆପ୍ସ ଓ ଇ ନାମ ଡିଜିଟାଲ ପଞ୍ଜିକରଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା । ଆଦର୍ଶ କୃଷି ବଜାର ଠାରେ ଚାଷୀଙ୍କ ନିମନ୍ତେ ଶୀତଳୀକରଣ ଭଣ୍ଡାର ପ୍ରତିଷ୍ଠା କରାଯାଇଥିବା ବେଳେ ଚାଷୀମାନେ ବିନା ମୂଲ୍ୟରେ ବଜାରରେ ବସିପାରିବେ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଗୋଟିଏ ପଟରେ କୋଟି କୋଟି ଟଙ୍କାର କୃଷି ବଜାର ଖାଲି ପଡିଥିବା ବେଳେ ଅନ୍ୟ ପଟରେ ପୁରୁଣା ବଜାର ଓ ଅସ୍ଥାୟୀ ବଜାରକୁ ନେଇ ଦ୍ବନ୍ଦ ଲାଗି ରହିଛି । ଜିଲ୍ଲା ସଦର ମହକୁମାରେ ରହିଛି ଦୈନିକ ବଜାର । ଫଳରେ ଉଭୟ ଚାଷୀ, ବ୍ୟବସାୟୀ ଓ ଖାଉଟିଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଶତାଧିକ ବର୍ଷ ପୂର୍ବରୁ ରାଜା ନାରାୟଣ ପ୍ରସାଦ ଦେବ ବାହାରି ପଡା ଠାରେ ଏକ ଉନ୍ନତମାନର ଦୈନିକ ବଜାର ପ୍ରତିଷ୍ଠା କରିଥିଲେ । ଉକ୍ତ ହଟଲି ବର୍ତ୍ତମାନ ଗଣେଶ ବଜାର ନାମରେ ପରିଚିତ । ତେବେ ଗତ ତିନି ବର୍ଷ ତଳେ କୋରୋନା କଟକଣା ଯୋଗୁଁ ଗଣେଶ ବଜାରର ଉକ୍ତ ଦୈନିକ ବଜାରକୁ ନିକଟସ୍ଥ ଭୈରବୀ ଖେଳପଡିଆକୁ ଉଠାଇ ନିଆଯାଇଥିଲା । କେତେକ ଚାଷୀ ଓ ବ୍ୟବସାୟୀ ପୁରୁଣା ଗଣେଶ ବଜାର ଠାରେ ଦୈନିକ ବଜାର ସପକ୍ଷରେ ଥିବା ବେଳେ ଅନ୍ୟ କେତେକ ଭୈରବୀ ପଡିଆରେ ଥିବା ଅସ୍ଥାୟୀ ଦୈନିକ ବଜାର ସପକ୍ଷରେ ମତ ପ୍ରକାଶ କରୁଛନ୍ତି । ଏନେଇ ଗଣେଶ ବଜାରର କେତେକ ବ୍ୟବସାୟୀ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.