ETV Bharat / state

ମୋ ସ୍କୁଲରେ ସାମିଲ ହେଲା ବୌଦ୍ଧର ଆଉ 2 ବିଦ୍ୟାଳୟ - girls school joined in mo school

ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ 5ଟିରେ ସାମିଲ ହେଲା ବୌଦ୍ଧ ଜିଲ୍ଲାର ଏକମାତ୍ର ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟ । ଅଧିକ ପଢନ୍ତୁ...

ମୋ ସ୍କୁଲରେ ସାମିଲ ହେଲା ବୌଦ୍ଧର ଆଉ ଦୁଇଟି ବିଦ୍ୟାଳୟ

author img

By

Published : Apr 1, 2021, 5:00 PM IST

ବୌଦ୍ଧ: 'ମୋ ସ୍କୁଲ ଅଭିଯାନ' ଅନ୍ତର୍ଗତ 5ଟିରେ ସାମିଲ ହେଲା ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ ତଥା ଏକମାତ୍ର ବାଳିକା ଉଚ୍ଚ ବିଦ୍ୟାଳୟ । ଏହାସହ ଜିଲ୍ଲାର ବାଉଁଶୁଣୀ ହାଇସ୍କୁଲ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଜିଲ୍ଲାପାଳ, ଉପଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାର୍ଥୀଙ୍କୁ ଏଥି ନିମନ୍ତେ ସହଯୋଗର ହାତ ବଢାଇବାକୁ ଆହ୍ବାନ ଦେଇଛନ୍ତି । ତେବେ ଜିଲ୍ଲାର ପ୍ରସ୍ତାବିତ ଦଶଗୋଟି ବିଦ୍ୟାଳୟ ମଧ୍ୟରୁ ବର୍ତ୍ତମାନ ମୋଟ 4ଟି ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ 5ଟିରେ ସାମିଲ ହୋଇଛନ୍ତି ।

ମୋ ସ୍କୁଲରେ ସାମିଲ ହେଲା ବୌଦ୍ଧର ଆଉ ଦୁଇଟି ବିଦ୍ୟାଳୟ
ଜିଲ୍ଲାର ହରଭଙ୍ଗା ବ୍ଲକର ପୁରୁଣାକଟକ, ହରଭଙ୍ଗା ହାଇସ୍କୁଲ ପୂର୍ବରୁ ଏହି 5T ଅନ୍ତର୍ଭୁକ୍ତ ହୋଇଥିବାବେଳେ ଗୁରୁବାର ସର୍ବ ପୁରାତନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଉଁଶୁଣୀ ହାଇସ୍କୁଲ ଏଥିରେ ସାମିଲ ହୋଇଛନ୍ତି । ଏନେଇ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ଜିଲ୍ଲାର ଏକମାତ୍ର ବାଳିକା ବିଦ୍ୟାଳୟ 'ମୋ ସ୍କୁଲରେ' ସାମିଲ ହୋଇଥିବାରୁ ଜିଲ୍ଲାପାଳ ମଧ୍ୟ ସହଯୋଗିତାର ହାତ ବଢାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ବିଦ୍ୟାର୍ଥୀ ଓ ବିଶେଷ ଭାବରେ ପୁରାତନ ଛାତ୍ରଛାତ୍ରୀଙ୍କ ଭୂମିକା ଏ ଦିଗରେ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ । ତେବେ ଶୁକ୍ରବାର ମଧ୍ୟ ଜିଲ୍ଲାର ଆଉ ଦୁଇଟି ବିଦ୍ୟାଳୟ ଏହି ଅଭିଯାନର ସାମିଲ ହେବା ନେଇ ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.