ETV Bharat / state

ବୌଦ୍ଧ ମହିଳା ମହାବିଦ୍ୟାଳୟକୁ ଭୁଲିଗଲେ ସରକାର

ନାହିଁରେ ନାହିଁରେ ଚାଲିଛି ବୌଦ୍ଧର 25 ବର୍ଷ ତଳର ଏକମାତ୍ର ସ୍ବୀକୃତି ପ୍ରାପ୍ତ ମହିଳା ମହାବିଦ୍ୟାଳୟ । ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ, କମନରୁମ, ସୁଦୃଢ ଶ୍ରେଣୀ ଗୃହ ଏଭଳି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ଛାତ୍ରୀ ।

author img

By

Published : Jul 14, 2019, 2:02 AM IST

ଫଟୋ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ସମସ୍ୟା ଘେରରେ ବୌଦ୍ଧର ସର୍ବପୁରାତନ ତଥା ଏକମାତ୍ର ସ୍ବୀକୃତି ପ୍ରାପ୍ତ ମହିଳା ମହାବିଦ୍ୟାଳୟ । ପାନୀୟ ଜଳ, ଶୌଚାଳୟ, କମନରୁମ, ଖେଳପଡିଆ ଆଦି କୌଣସି ବି ବ୍ୟବସ୍ଥା ନଥିବା ଅଭିଯୋଗ ହେଉଛି ।

ଜିଲ୍ଲା ଗଠନ ଦିନ ଅର୍ଥାତ ୧୯୯୪ ଜାନୁଆରୀ ୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ବାରା ପ୍ରଥମ ମହିଳା ମହାବିଦ୍ୟାଳୟ ଉଦଘାଟିତ ହୋଇଥିଲା । ମହାବିଦ୍ୟାଳୟକୁ 25 ବର୍ଷ ବିତି ଯାଇଥିଲେ ମଧ୍ଯ ଏଠାରେ ଅବଶ୍ୟକୀୟ ମୌଳିକ ସୁବିଧା ନାହିଁ । ଫଳରେ ଛାତ୍ରୀ ଓ ଅଧ୍ୟାପକ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ଛାତ୍ରୀ ନିବାସ ଅଧା ତିଆରି ହୋଇ ପଡି ରହିଥିବା ବେଳେ ମହାବିଦ୍ୟାଳୟକୁ ଏଯାବତ ସରକାରୀ ଅନୁଦାନ ମଧ୍ୟ ମିଳିନି ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ

କେବଳ କିଛି ଅଧ୍ୟାପକଙ୍କୁ ସରକାରୀ ଭାବେ ଦରମା ମିଳୁଥିବା ବେଳେ ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟ ବେସରକାରୀ ଅନୁଦାନରେ ବଞ୍ଚି ରହିଛି । ତେବେ ତୁରନ୍ତ ଏ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.