ETV Bharat / state

ଗଛକଟା ପରେ ବୌଦ୍ଧ ପାଳୁଛି ବନ ମହୋତ୍ସବ

ବୌଦ୍ଧରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳନ କରାଯାଇଛି  । ହେଲେ ବୃକ୍ଷ ରୋପଣ ପାଇଁ  ସମସ୍ତ ଜାଗା ଗୁଡିକରେ ପୂର୍ବରୁ ଥିବା ବଡ ଗଛକୁ କାଟି ଅନ୍ୟତ୍ର ପଠାଇ ଦିଆଯାଇଥିଲା । ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

author img

By

Published : Jul 10, 2019, 5:44 PM IST

ଫଟୋ ସୌଜନ୍ଯ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବୌଦ୍ଧରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳନ କରାଯାଇଛି । ବୁଧବାର ବଘିଆପଡା ନିକଟସ୍ଥ ପଲିଟେକନିକ ଠାରେ ଏହି ବନ ମହୋତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବିଧାୟକ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ପିଡି ସୂର୍ଯ୍ୟ ନାରାୟଣ ଦାସ ପ୍ରମୁଖ ଯୋଗ ଦେଇଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବନ ମହୋତ୍ସବରେ ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ବୌଦ୍ଧ

ସୂଚନା ଅନୁଯାୟୀ, ବୃକ୍ଷ ରୋପଣ ପାଇଁ ସମସ୍ତ ଜାଗା ଗୁଡିକରେ ପୂର୍ବରୁ ଥିବା ବଡ ଗଛକୁ କାଟି ଅନ୍ୟତ୍ର ପଠାଇ ଦିଆଯାଇଥିଲା । ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଗୋଟିଏ ପଟେ ବୃକ୍ଷରୋପଣ ଅନ୍ୟପଟେ ଗଛ କଟା ଭଳି କାର୍ଯ୍ୟ ଗୋଦରା କୋଡେ ଯେତେ, ମାଡେ ସେତେ ଭଳି ଉକ୍ତିକୁ ମନ ପକାଇଥିଲା । ଏଥିସହ ଆଜିର କାର୍ଯ୍ୟକ୍ରମରେ ନିକଟସ୍ଥ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଦୀର୍ଘ ତିନି ଘଣ୍ଟା ଧରି ଧାଡିରେ ଛିଡା କରାଯିବାକୁ ମଧ୍ୟ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

ଏପଟେ ବିଭାଗର ଭୁଲ ଉପରେ ପରଦା ପକାଇବାକୁ ଯାଇ ବୃକ୍ଷ ଗୁଡିକ ଶୋଭାବର୍ଦ୍ଦକ ନଥିଲା ଏଣୁ ଗଛ ଗୁଡିକୁ କଟାଯାଇଛି ବୋଲି ଅଧିକାରୀ କହିଛନ୍ତି । ଏହାକୁ ନେଇ ପରିବେଶ ଓ ବୃକ୍ଷ ପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଯଦି ଜଙ୍ଗଲ ବିଭାଗ ବନ ଉତ୍ସବରେ ହିଁ ବୃକ୍ଷ ଗୁଡିକୁ କାଟି ପକାଉଛି ତେବେ ସାଧାରଣ ଲୋକଙ୍କ ନିକଟରେ କେଉଁ ବାର୍ତ୍ତା ଦେଉଛି ବୋଲି ଚର୍ଚ୍ଚା ହୋଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମ ଉପକଣ୍ଠରେ ଥିବା ମାହାପୃ ଜଙ୍ଗଲ ଉପରେ ରହିଛି ଏକ ବିରଳ ମନ୍ଦିର ।ଏହାକୁ ଦିଅଁ ବିହୀନ ମନ୍ଦିର ବୋଲି ସାଧାରଣରେ କୁହାଯାଏ ।ମନ୍ଦିର ନିର୍ମାଣ ଶୈଳୀରୁ ଏହା ତନ୍ତ୍ରାୟିତ ଶୈବପୀଠ ନିମନ୍ତେ ନିର୍ମାଣ କରାଯାଇଥିବା ସୂଚନା ମିଳେ ।

Body:ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ଅନେକ ପ୍ରାଚୀନ ତଥା ଅଦ୍ଭୁତ ମନ୍ଦିର ।ତନ୍ମଧ୍ୟରୁ ବଘିଆପଡା ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମର ମାହାପୃ ଜଙ୍ଗଲ ଉପରେ ଥିବା ଅଷ୍ଟକୋଣୀ ଇଟାରେ ନିର୍ମିତ ଦେଉଳ ଅନ୍ୟତମ ।ପ୍ରାୟ ସାତ ଶହରୁ ଆଠ ଶହ ଫୁଟ ଉଚ୍ଚ ଜଙ୍ଗଲ ଉପରେ ଅବସ୍ଥିତ ପ୍ରାଚୀନ ମନ୍ଦିରଟିକୁ ବୌଦ୍ଧ ର ଭଞ୍ଜ ଶାସକ ନିର୍ମାଣ କରାଇଥିବା ସୂଚନା ମିଳେ ।ସାଲୁଙ୍କୀ ନଦୀର ଅପର ପାର୍ଶ୍ଵରେ ଥିବା ଗୁପ୍ତେଶ୍ବର ମହାଦେବଙ୍କ ଲିଙ୍ଗ ଏଠାରେ ସ୍ଥାପନ ଉଦ୍ଦେଶ୍ୟ ଥିଲେ ମଧ୍ୟ ଲିଙ୍ଗ ଅଣାଯାଇ ନପାରିବାରୁ ମନ୍ଦିର ଚୂଡା ଅସମ୍ପୂର୍ଣ୍ଣ ରହିଯାଇଥିବା ଆଲୋଚନା ହୁଏ ।ବର୍ଷ ର ବିଭିନ୍ନ ସମୟରେ ସ୍ଥାନୀୟ ଲୋକେ ପୀଠରେ ପୂଜାର୍ଚ୍ଚନା କରିଥାନ୍ତି ।କିନ୍ତୁ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ଉକ୍ତ ପୀଠଟି ରହିଯାଇଥିବାରୁ ଏହି ସ୍ଥାନର ପ୍ରଚାର ପ୍ରସାର ହୋଇପାରୁ ନଥିବା ଗ୍ରାମବାସୀ କହିଛନ୍ତି ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.