ବୌଦ୍ଧ: ଚର୍ଚ୍ଚିତ ହନୁମନ୍ତ ବାବାକୁ ସରପଞ୍ଚ ପଦରୁ ନିଲମ୍ବନ କଲେ ସରକାର । ଏକାଧିକ ବିବାହ କରି ଜେଲରେ ଥିବା ଆତ୍ମଘୋଷିତ ହନୁମନ୍ତ ବାବାକୁ ନିଲମ୍ବନ କରାଯାଇଛି । ଦିନେ ଭଗବାନ ହନୁମାନଙ୍କ ସ୍ବପ୍ନାଦେଶ ପାଇଥିବା କହି ରାଜନୀତିରେ ପ୍ରବେଶ କରିଥିଲେ ଏହି ଆତ୍ମଘୋଷିତ ବାବା ।
ହନୁମାନ ସାଧକ ବୋଲାଉଥିବା ଏହି ସାଧକ ଏକାଧିକ ମହିଳାଙ୍କ ସହ ସମ୍ପର୍କରେ ଥିଲେ । ଥାନାରେ ଏନେଇ ଅଭିଯୋଗ ହେବା ପରେ କମିଶନରେଟ ବୋଲି ତାଙ୍କୁ ବାନ୍ଧିଥିଲା । ବର୍ତ୍ତମାନ ଝାରପଡା ଜେଲରେ ବିଚାରଧିନ ବନ୍ଦୀ ଥିବା ଏହି ଚର୍ଚ୍ଚିତ ସରପଞ୍ଚକୁ ବୌଦ୍ଧ ଜିଲ୍ଲା ପ୍ରଶାସନର ରିପୋର୍ଟକୁ ଭିତ୍ତି କରି ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ