ETV Bharat / state

ଦେବଗଡ଼ର ରଘୁନାଥଙ୍କ ପୀଠ, ରାମନବମୀରେ ସର୍ବାଗ୍ରେ ପାଆନ୍ତି ପୂଜା ମା‘ ଉର୍ମିଳା - ରାମ ନବମୀ

ପୁରପଲ୍ଲୀରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସବୁଆଡେ ଆଜି ପବିତ୍ର ରାମ ନବମୀ ଆନନ୍ଦ ଉଲ୍ଲାସ । ତେବେ ଓଡ଼ିଶାର ଏଭଳି ଏକ ରଘୁନାଥ ମନ୍ଦିର ରହିଛି ଯେଉଁଠି ରାମ ନବମୀରେ ସର୍ବାଗ୍ରେ ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳାଙ୍କୁ ପୂଜାର୍ଚ୍ଚନାର ବିଚିତ୍ର ପରମ୍ପରା ରହିଆସିଛି । ଅଧିକ ପଢ଼ନ୍ତୁ

ରାମ ନବମୀ ଦିନ ସର୍ବାଗ୍ରେ ପାଆନ୍ତି ପୂଜା ମା‘ ଉର୍ମିଳା

author img

By

Published : Mar 30, 2023, 10:19 PM IST

ରାମ ନବମୀ ଦିନ ସର୍ବାଗ୍ରେ ପାଆନ୍ତି ପୂଜା ମା‘ ଉର୍ମିଳା

ବୌଦ୍ଧ: ମର୍ଯ୍ଯାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ନବମୀ ତିଥି ଅବସରରେ ସାରା ଦେଶ ଉତ୍ସବମୁଖର ହୋଇ ଉଠିଛି । ବିଭିନ୍ନ ରାମ ମନ୍ଦିର ଓ ପୀଠଗୁଡିକରେ ଏଥିପାଇଁ ସ୍ବତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଓଡ଼ିଶାର ଏଭଳି ଏକ ରଘୁନାଥ ମନ୍ଦିର ରହିଛି ଯେଉଁଠି ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳାଙ୍କୁ ସର୍ବାଗ୍ରେ ପୂଜାର୍ଚ୍ଚନା କରାଯିବା ଭଳି ବିରଳ ପରମ୍ପରା ପ୍ରଚଳିତ ହୋଇ ଆସିଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉପାସନା ସହିତ ରାମଲୀଳା ଯାତ୍ରାକୁ ନେଇ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ ।

ଏହା ବି ପଢ଼ନ୍ତୁ ନବରାତ୍ର ପୂଜାର ଶେଷ ଦିନ, କନ୍ୟାରତ୍ନକୁ ପୂଜା କଲେ ବ୍ରତଧାରୀ

ମର୍ଯ୍ଯାଦା ପୁରୁଷୋତ୍ତମଙ୍କ ଜନ୍ମଠାରୁ ନେଇ ରାଜ୍ୟାଭିଷେକର ବିଭିନ୍ନ କଥାବସ୍ତୁ କୁନେଇ ଆଜିଦିନ ଠାରୁ ଏକୋଇଶ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଦିବସକୁ ଧାର୍ଯ୍ୟ କରି ଲୀଳାନାଟକ ପରିବେଷଣ କରାଯାଇଥାଏ । ବୌଦ୍ଧ ଜିଲ୍ଲାର ଶତାଧିକ ପୀଠରେ ଆଜି ଶ୍ରୀରାମ ନବମୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଜିଠାରୁ ବୌଦ୍ଧ ସମେତ ପୀତାମ୍ବର ପୁର, କେଲାକଟା, ବରଝୁଲି, ବାମଣ୍ଡା, ସରସରା, ଦେବଗଡ଼, ନାରାୟଣନଗର, ତେଲିବନ୍ଧ, ବାଉଁଶୁଣୀ, ମନମୁଣ୍ଡା, ବହିରା, କଣ୍ଟାମାଳ ଭଳି ଅନେକ ସ୍ଥାନରେ ରାମଲୀଳା ନାଟକର ଆରମ୍ଭ ହେଉଛି ।

ବୌଦ୍ଧର ଶ୍ରୀ ରାମଲୀଳା ଯାତ୍ରା ଗଣପର୍ବର ମାନ୍ୟତା ପାଇଥିବା ବେଳେ ମାନସିକ ବ୍ରତଧାରୀଙ୍କ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ରହିଥିବା ଭକ୍ତି ଭାବକୁ ପରିଲକ୍ଷିତ କରାଯାଇଥାଏ । ତେବେ ବୌଦ୍ଧ ଜିଲ୍ଲାରେ ଏଭଳି ଏକ ରଘୁନାଥଙ୍କ ପୀଠ ରହିଛି ଯେଉଁଠି ରାମଚନ୍ଦ୍ରଙ୍କ ଭ୍ରାତା ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳାଙ୍କୁ ସର୍ବାଗ୍ରେ ପୂଜାର୍ଚ୍ଚନା କରାଯାଇଥାଏ ।

ରାଜସ୍ଥାନ ଓ ତେଲେଙ୍ଗାନା ରାଜ୍ୟ ଏଭଳି ଦୁଇଟି ସ୍ଥାନରେ ମାତା ଉର୍ମିଳାଙ୍କ ପୂଜାର୍ଚ୍ଚନା ପରମ୍ପରା ରହିଥିବା ବେଳେ ଓଡ଼ିଶାରେ ଉର୍ମିଳାଙ୍କ ପୂଜାର୍ଚ୍ଚନା ପରମ୍ପରା ପ୍ରାୟ ବିରଳ । ବୌଦ୍ଧଠାରୁ ପ୍ରାୟ ବାର କିଲୋମିଟର ଦୂରରେ ରହିଛି ବୌଦ୍ଧ ଗଡଜାତର ପୂର୍ବ ରାଜଧାନୀ ଦେବଗଡ । ଏହି ଦେବଗଡ଼ ଗ୍ରାମର ଉପକଣ୍ଠରେ ଏକ ବିରାଟ କୁଦିଆ ଉପରେ ରହିଛି ପ୍ରଭୁ ରଘୁନାଥଙ୍କ ମନ୍ଦିର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେବଗଡ଼ର ଏହି ରଘୁନାଥ ମନ୍ଦିର ମଧ୍ୟରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ସହିତ ମାତା ସୀତା, ଭ୍ରାତା ଲକ୍ଷ୍ମଣ ଓ ପବନ ପୁତ୍ର ହନୁମାନଙ୍କ ସହିତ ମାତା ଉର୍ମିଳାଙ୍କ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇଥାଏ । ମାତା ଉର୍ମିଳାଙ୍କୁ ସର୍ବାଗ୍ରେ ପୂଜନ ବିଧି ପରମ୍ପରା ରହିଥିବା ପୂଜକ ମତ ପ୍ରକାଶ କରିଥାଆନ୍ତି । ଯାହାକି ସାରା ଓଡ଼ିଶାରେ ପ୍ରାୟତଃ ବିରଳ ।

ଇଟିଭି ଭାରତ, ବୌଦ୍ଧ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.