ବୌଦ୍ଧ: ହତ୍ୟାକାଣ୍ଡର ଲାଇଭ ଡେମୋ ଦେଖାଇଲା ନିଜେ ଅଭିଯୁକ୍ତ ହତ୍ୟାକାରୀ । ଗତ ଜୁଲାଇ ଏକ ତାରିଖରୁ ଆରମ୍ଭ ହୋଇଥିବା ନିଖୋଜ ମର୍ଡର ମିଷ୍ଟ୍ରି ଉପରୁ ଆଜି ସମ୍ପୂର୍ଣ୍ଣ ପରଦା ହଟାଇଛି ବୌଦ୍ଧ ପୋଲିସ ।
ମୃତଦେହ ଏପରି ଅବସ୍ଥାରେ ଥିଲା ଯେ ତାକୁ ଶବ ବ୍ୟବଛେଦ ପାଇଁ ବୌଦ୍ଧ ଅଣା ନ ଯାଇ ସେଠାରେ ପୋଲିସ ଉପସ୍ଥିତି ରେ ଡାକ୍ତର ଶବ ବ୍ୟବଛେଦ କଲେ । ପ୍ରଥମେ ଏହା ଆତ୍ମହତ୍ୟା ସ୍ବରୂପରେ ସମ୍ମୁଖକୁ ଆସିଥିଲା । ପରେ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ବିନୀ କହଁର ସମ୍ପୂର୍ଣ୍ଣ ଘଟଣାକୁ ତର୍ଜମା କରି ଏହାର ଅନ୍ୟ ଦିଗ ଉପରେ ତଦନ୍ତ ଆରମ୍ଭ କରିଥିଲେ । ଶେଷରେ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଅନ୍ୟ ଜଣେ ସହଯୋଗୀକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ଘଟଣାକୁ ସ୍ବୀକାର କରି ସମ୍ପୂର୍ଣ୍ଣ ବିଷୟ ଘଟଣା ସ୍ଥଳକୁ ଯାଇ ଦେଖାଇଥିବା ବେଳେ ସେଥିରେ ବ୍ୟବହୃତ ମୋଟର ସାଇକେଲକୁ ପୋଲିସ ଜବତ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ