ETV Bharat / state

'ଫନି' ପାଇଁ ଚିନ୍ତାରେ ବୌଦ୍ଧର ଖରିଫ ଓ ଡାଳୁଅ ଚାଷୀ, ପ୍ରଶାସନର ପ୍ରସ୍ତୁତି ବୈଠକ

ଶିଳ୍ପ ବିହୀନ ବୌଦ୍ଧ ଜିଲ୍ଲାର ଲୋକଙ୍କ ଆୟର ପ୍ରମୁଖ ମାଧ୍ୟମ ହେଲା ଧାନଚାଷ । ଏଣୁ ସେମାନେ ଉଭୟ ଖରିଫ ଓ ଡାଳୁଅ ଚାଷ କରି ଜିବୀକା ନିର୍ବାହ କରିଥାନ୍ତି । ଆଉ ଗୋଟିଏ ଦିନ ମଧ୍ୟରେ ବାତ୍ୟା 'ଫନି' କିଭଳି ବୌଦ୍ଧ ଜିଲ୍ଲାର ଚାଷ ଉପରେ ପଡିବ ଓ ପ୍ରଚଣ୍ଡ ଖରାରେ କିଭଳି ଚାଷୀଙ୍କୁ ସୁବିଧା ଯୋଗାଇ ରବିଧାନ ସଂଗ୍ରହ ହେବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

author img

By

Published : May 2, 2019, 5:19 AM IST

Updated : May 2, 2019, 8:54 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବୌଦ୍ଧ

ବୌଦ୍ଧ: ଜିଲ୍ଲାରେ ଆସନ୍ତା ମେ ୨୭ତାରିଖରୁ ଆରମ୍ଭ ହେବ ରବିଧାନ ସଂଗ୍ରହ । ଶିଳ୍ପ ବିହୀନ ବୌଦ୍ଧ ଜିଲ୍ଲାର ଲୋକଙ୍କ ଆୟର ପ୍ରମୁଖ ମାଧ୍ୟମ ହେଲା ଧାନଚାଷ । ଏଣୁ ସେମାନେ ଉଭୟ ଖରିଫ ଓ ଡାଳୁଅ ଚାଷ କରି ଜିବୀକା ନିର୍ବାହ କରିଥାନ୍ତି । ଏହାକୁ ଲକ୍ଷ୍ୟରେ ରଖି ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ, କୃଷି ବିଭାଗ ,ମିଲର,ଚାଷୀ ସଂଗଠନ ଓ ଆର ଏମସିର ମିଳିତ ବୈଠକ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ବୈଠକରେ କୃଷି ଅଧିକାରୀଙ୍କ ଦେଖା ମିଳିନଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବୌଦ୍ଧ

ଆଉ ଗୋଟିଏ ଦିନ ମଧ୍ୟରେ ବାତ୍ୟା 'ଫନି'ର କିଭଳି ବୌଦ୍ଧ ଜିଲ୍ଲାର ଚାଷ ଉପରେ ପଡିବ ଓ ପ୍ରଚଣ୍ଡ ଖରାରେ କିଭଳି ଚାଷୀଙ୍କୁ ସୁବିଧା ଯୋଗାଇ ରବିଧାନ ସଂଗ୍ରହ ହେବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପଜିଲ୍ଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକ, ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ ମଧ୍ୟ କୃଷି ଅଧିକାରୀ ବୈଠକକୁ ଆସିନଥିଲେ ।

ଅନ୍ୟ ପକ୍ଷରେ ଇଟିଭି ଭାରତ ଯେତେବେଳେ ଡାଳୁଅ ଚାଷକୁ ନେଇ ପ୍ରକୃତ ଚାଷୀଙ୍କ ପ୍ରତିକ୍ରିୟା ନେବାକୁ ପହଞ୍ଚି ଥିଲା ସେତେବେଳେ ଚିତ୍ର ପୂରା ଓଲଟା ଥିଲା । କାରଣ ଧାରବାଡି କରି ଡାଳୁଅ ଚାଷ କରି ରୋଗ ପ୍ରତିଷେଧକ ସିଞ୍ଚନ ପରେ ସମ୍ପୂର୍ଣ୍ଣ ଭାବେ ଧାନ ପୋଡିଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଏନେଇ ସେମାନେ ସିଧାସଳଖ କୃଷି ଅଧିକାରୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସରକାରଙ୍କ ଏତେ ଯୋଜନା ସତ୍ତ୍ବେ ଜଣେ ଧାନଚାଷୀ ଅମଳ ହେଉ କିମ୍ବା ବୀମା ଯୋଜନାରୁ ବାଦ ପଡିବା ଭଳି ଘଟଣା ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ଏଣୁ ଚଳିତ ବର୍ଷ ରବିଧାନ ସଂଗ୍ରହ ଲକ୍ଷ୍ୟ କିଭଳି ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

scsc

Conclusion:
Last Updated : May 2, 2019, 8:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.