ETV Bharat / state

ଘଟଣା ବହୁଳ ଲକଡାଉନର ପନ୍ଦର ତମ ଦିନ - ବୌଦ୍ଧ ଲକ ଡାଉନ

ଘଟଣା ବହୁଳ ଲକଡାଉନର ପନ୍ଦର ତମ ଦିନ । ବାଲି ବୋଝେଇ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ବାର ବର୍ଷର ଛାତ୍ରର ମୃତ୍ୟୁ । ଅଧିକ ପଢନ୍ତୁ......

boudha lock down, due to corona
ଘଟଣା ବହୁଳ ଲକଡାଉନର ପନ୍ଦର ତମ ଦିନ
author img

By

Published : Apr 9, 2020, 11:14 AM IST

ବୌଦ୍ଧ : ଲକଡାଉନର ପନ୍ଦର ଦିନ ବୌଦ୍ଧ ଜିଲ୍ଲା ପାଇଁ ଘଟଣା ବହୁଳ ରହି ଥିଲା । ବୁଧବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସକାଳୁ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ ହୋଇଥିଲା । ହନୁମାନ ଜୟନ୍ତୀ ସତ୍ତ୍ବ ଜିଲ୍ଲାର ପ୍ରସିଦ୍ଧ ମହାନଦୀ ଗର୍ଭରେ ଥିବା ହନୁମାନ ମନ୍ଦିରରେ କୈଣସି ଉତ୍ସବ ଅନୁଷ୍ଠିତ ହୋଇନଥିଲା । ସେପଟେ ହରଭଙ୍ଗା ବ୍ଲକର କିଛି ନିର୍ଦ୍ଦିଷ୍ଟ ସ୍ଥାନରୁ ସ୍ବାସ୍ଥ୍ୟ ବିଭାଗ ପାଞ୍ଚ ଜଣ ସନ୍ଦିଗ୍ଧଙ୍କ ରକ୍ତ ପରୀକ୍ଷା ପାଇଁ ପଠାଇଥିବା ସିଡିଏମଓ ଲକ୍ଷ୍ମୀ ଧର ସାହୁ ସୂଚନା ଦେଇଛନ୍ତି ।

ଘଟଣା ବହୁଳ ଲକଡାଉନର ପନ୍ଦର ତମ ଦିନ

କିନ୍ତୁ ଲକଡାଉନ ସତ୍ତ୍ବ ଗ୍ରାମାଞ୍ଚଳରେ କଟକଣା ମାନୁନଥିବା କାରଣରୁ ଏକ ଅଘଟଣ ଘଟିଥିଲା । ଗାଡି ମୋଟର ପ୍ରଶାସନ ବନ୍ଦ କରିଥିଲେ ମଧ୍ୟ ମନମୁଣ୍ଡା ପାଟଲିପଡା ନିକଟସ୍ଥ ନାଳରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ବାର ବର୍ଷର ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ପ୍ରଦ୍ୟୁମ୍ନ ଜାଲ ବୋଲି ସୂଚନା ମିଳିଛି । ତେବେ, ଟ୍ରାକ୍ଟର ଡ୍ରାଇଭର ଶଙ୍କର ମେହେର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଲକଡାଉନ ସମୟରେ ବାଲି ଚାଲାଣ ହେଉଥିଲା ତାର ମଧ୍ୟ ତଦନ୍ତର ଆବଶ୍ୟକତା ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.